କଳାହାଣ୍ଡିରେ ଚାଞ୍ଚଲ୍ୟ: ମହିଳାଙ୍କ ଗଳାରେ ଛୁରୀ ଲଗାଇ ଦିନବେଳା ଡକାୟତି କଲେ ମହିଳା ଡକାୟତ

ଓଡ଼ିଆ ବାର୍ତ୍ତା/ ଉତ୍କେଲା (ଅର୍ଜୁନ ପୋଡ଼): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଖଜୁରପଡାର ଅଶ୍ପିନି ପ୍ରଧାନଙ୍କ ଘରେ ଆଜି ରବିବାର ଦିନ ୧୧ ସମୟରେ ଡକାୟତି ହୋଇଛି । ସୂଚନା ଅନୁସାରେ ଅଶ୍ୱିନୀ ପ୍ରଧାନ ମାଲକାନଗିରି ପୋଲିସରେ କାମ କରନ୍ତି । ଅଶ୍ପିନିଙ୍କ ବାପା ଓ ମାଁ ଦଶାହ କର୍ମ ପାଇଁ ମାଣ୍ଡେଲ ଗାଁ ଯାଇଥିବା ବେଲେ ସ୍ତ୍ରୀ ଲୋପାମୁଦ୍ରା ପ୍ରଧାନ ଘରେ ଏକାକି ରହିଥିଲେ । ଦିନ ଏଗାର ଟାରେ ଜଣେ ମହିଳା ବାଡ ଡେଇଁ ଘର ଭିତରେ ପଶି ଲୋପାଙ୍କ ଗଳାରେ ଛୁରି ଲଗାଇ ସେ ପିନ୍ଧିଥିବା ମଙ୍ଗଳ ସୁତ୍ର ଓ ଆଲମାରିରେ ଥିବା ରୁପା ପାଉଁଜି ଓ ନଗଦ ଦଶ ହଜାର ଧରି ଚମ୍ଫଟ ମାରିଥିଲା । ଏନେଇ ଉତ୍କେଲା ପୋଲିସକୁ ଖବର ଗଲା ପରେ ଫାଣ୍ଡି ଅଧିକାରୀ ପ୍ରେମରାଜ କଅଁର ସମେତ କେସିଙ୍ଗା ପୋଲିସ ଟିମ ପହଞ୍ଚି ଛାନଭିନ କରୁଥିବା ଶ୍ରୀ କଅଁର କହିଛନ୍ତି । ଅଶ୍ପିନି ଗତବର୍ଷ ବାହା ହୋଇଛନ୍ତି ଓ ଘରେ ତାଙ୍କ ସ୍ତ୍ରୀ ଏକାଥିବାର ସୁଚନା ପାଇ ଡକାୟତି ହୋଇଥିବା ସ୍ପଷ୍ଟ ଭାବରେ ଜଣାପଡୁଛି । ଦିନବେଲେ ଡକାୟତି କରିବା ପୋଲିସକୁ ଏକ ପ୍ରକାରର ଚାଲେଞ୍ଜ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ପୋଲିସ ଡକାୟତକୁ ଧରିପାରୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.