ଏକଲ ବିଦ୍ୟାଳୟର ବାର୍ଷିକ ଏକ ଦିବସୀୟ ଖେଳକୁଦ ଉତ୍ସବ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ କୁସୁମଖୁଣ୍ଟି ମିନିଷ୍ଟାଡିୟମ ଠାରେ ଏକଲ ବିଦ୍ୟାଳୟର ବାର୍ଷିକ ଏକ ଦିବସୀୟ ଖେଳକୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କୋକସରା ସଞ୍ଚ ପ୍ରମୁଖ ଠଣସୁନ୍ଦର ଦାସଙ୍କ ଆୟୋଜନ କ୍ରମେ ଏହି କ୍ରୀଡା କାର୍ଯ୍ୟକ୍ରମରେ ସଞ୍ଚ ସମିତି ମୁଖ୍ୟ ଲକ୍ଷ୍ମୀଧର ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କ୍ରୀଡା ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମଟିକୁ ଉଦ୍ଘାଟନ କରିଥିଲେ । ଏଥିରେ ଭବାନୀପାଟଣା ଅଞ୍ଚଳ ପ୍ରାଥମିକ ଶିକ୍ଷା ପ୍ରମୁଖ ଓ ଜୟପାଟଣା ସଞ୍ଚ ପ୍ରମୁଖ ଯୋଗଦେଇ ଖେଳାଳୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । କୋକସରା ସଞ୍ଚର ପ୍ରାୟ ଶହେ ଜଣ ଖେଳାଳୀ ଛାତ୍ରଛାତ୍ରୀ ଏହି ଖେଲକୁଦ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଏଥିରେ ଉଭୟ ଛାତ୍ର ଓ ଛାତ୍ରୀଙ୍କ ପାଇଁ ଅଲଗା ଅଲଗା ଭାବରେ ୧୦୦, ୨୦୦ ମିଟର ଦୌଡ ପ୍ରତିଯୋଗୀତା, ଉଚ୍ଚା ଡିଆଁ, ଲମ୍ବା ଡିଆଁ, କବାଡି ଓ କୁସ୍ତି ଏଭଳି ୬ ଗୋଟି ବିଭାଗରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଭବାନୀପାଟଣା ଆଞ୍ଚଳିିକ ପ୍ରାଥମିକ ଶିକ୍ଷା ପ୍ରମୁଖ ଡମ୍ବରୁଧର ମାଝୀ, ଜୟପାଟଣା ସଞ୍ଚ ପ୍ରମୁଖ ପ୍ରଭାସ ରାଉତ ପ୍ରମୁଖ ସମସ୍ତ କ୍ରୀଡା ପରିଚାଳନା କରିଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ, ପ୍ରତିବର୍ଷ ଏହି ସେପ୍ଟେମ୍ବର ମାସରେ ଏକଲ ବିଦ୍ୟାଳୟ ଯୋଜନାର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥାଏ । ଏହି ଏକ ଦିବସୀୟ କ୍ରୀଡା ପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥିଙ୍କ କର କମଳରେ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଭିନ୍ନ ଭିନ୍ନ ଭାବରେ ପୁରସ୍କାର ପ୍ରଦାନ କରାଯାଇଥିଲା । ଚଳିତ ମାସ ୨୪ ଓ ୨୫ ଦୁଇଦିନ ଧରି ଅଞ୍ଚଳ ସ୍ତରୀୟ ଖେଲକୁଦ ପ୍ରତିଯୋଗୀତା ଗୋଲାମୁଣ୍ଡା ଠାରେ ଅନୁଷ୍ଠିତ ହେବ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏକଲ ବିଦ୍ୟାଳୟ ଆଚାର୍ଯ୍ୟ, ସୁଶାନ୍ତ ବେହେରା, ଟିକାଲାଲ ଘି, ଦିଲୀପ କୁମାର ବାଗ, ରଞ୍ଜିତ ବାଗ, ଲକ୍ଷ୍ମଣ ଅଧିକାରୀ, ସରସ୍ବତୀ ବେମାଲ, ବେଳମତି ନାଏକ, ଜୟନ୍ତୀ ଦାସ, ଜୟଶ୍ରୀ ଗୋପାଳ, ଡମ୍ବରୁ ଖରସେଲ, ସୂର୍ଯ୍ୟମଣି ବେସରା, ଶିଶିର ବାଣୁଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ଏଠାକାର କୃତୀ ଛାତ୍ରଛାତ୍ରୀମାନେ ଗୋଲାମୁଣ୍ଡା ଯାଇ ସେଠାକାର ଅଞ୍ଚଳ ସ୍ତରୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବେ ସେଠାରେ ସଫଳତା ହାସଲ କଲେ ରାଜ୍ୟ ସ୍ତର ପର୍ଯ୍ୟନ୍ତ ଖେଳିବା ପାଇଁ ଯିବେ ବୋଲି କୋକସରା ସଞ୍ଚ ପ୍ରମୁଖ ଠଣସୁନ୍ଦର ଦାସ ସୂଚନା ଦେଇଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.