ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଭବାନୀପାଟଣା ବ୍ଳକର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଭେଜିପଦରରେ କାର୍ଯ୍ୟରତ ପ୍ରଧାନଶିକ୍ଷକ ଜୟନ୍ତ କୁମାର ପତି, ଡ. ଅଶୋକ କୁମାର ହୋତା, ରିଡ଼ର୍, ଶିକ୍ଷା ବିଭାଗଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ “Impact of Right to Education Act on Promoting Quality elementary Education in Kalahandi District of Odisha” ଶୀର୍ଷକ ନିବନ୍ଧ ଉପରେ ଗବେଷଣା କରି ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ‘ଶିକ୍ଷା’ ବିଷୟରେ ପିଏଚ୍.ଡି ଉପାଧି ଲାଭ କରିଛନ୍ତି । ତାଙ୍କ ପ୍ରସ୍ତୁତ ଗବେଷଣାତ୍ମକ ନିବନ୍ଧଟି ଡ. ହୃଷିକେଶ ସେନାପତି, ପୂର୍ବତନ ନିର୍ଦ୍ଦେଶକ ଏନସିଇଆରଟି, ନୂଆଦିଲ୍ଲୀ ଓ ଡ. ସୁଷମା ଶର୍ମା, ଅବସରପ୍ରାପ୍ତ ପ୍ରଫେସର୍, କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟଙ୍କ ଦ୍ଵାରା ପରୀକ୍ଷିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଅଛି । ଶ୍ରୀ ପତି ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମ ନିବାସୀ ସ୍ୱର୍ଗତ ଲକ୍ଷ୍ମୀପ୍ରସାଦ ପତି ଓ ସ୍ୱର୍ଗତ ତ୍ରିପୁରା ପତିଙ୍କ ସୁପୁତ୍ର ଅଟନ୍ତି । ତାଙ୍କର ଏ ସଫଳତା ପାଇଁ ପତ୍ନୀ ସଙ୍ଗୀତା ଶତପଥୀ, ଝିଅ ସୁଧନ୍ୟା ପତି ଓ ପରିବାର ବର୍ଗଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।