ପ୍ରଣତି ମହାପାତ୍ରଙ୍କର ଷଷ୍ଠ ପୁସ୍ତକ “ଅମୃତ ସନ୍ଧାନ” ଲୋକାର୍ପିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାର ବାଲେଶ୍ଵର ଆନୁକୂଲ୍ୟରେ ବାଲିଆ ସ୍ଥିତ କପିଳମୁନି ଆଶ୍ରମରେ ପ୍ରଣତି ମହାପାତ୍ରଙ୍କର ଷଷ୍ଠ ପୁସ୍ତକ “ଅମୃତ ସନ୍ଧାନ” ଶୁଭ ଲୋକାର୍ପିତ ହୋଇଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ଵର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଆଶ୍ରମର ଅନ୍ତେବାସୀ, ସାହିତ୍ୟିକ କବି ବନ୍ଧୁ ପରିବାରର ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ପୁସ୍ତକର ପାଠକାର୍ପଣ କରିଥିଲେ । ପ୍ରଫୁଲ୍ଲ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, କପିଳମୁନି ଆଶ୍ରମର ମୁଖ୍ୟ ବଳରାମ ସେଠୀ, ସାହିତ୍ୟିକ କବି ବନ୍ଧୁ ପରିବାରର ସମ୍ପାଦିକା ପ୍ରଣତି ମହାପାତ୍ର, ମୁଖ୍ୟ ଉପଦେଷ୍ଟା ବିପିନ ବିହାରୀ ବାରିକ, କ୍ଷୀତେଶ୍ବର ଦାଶ, ରବୀନ୍ଦ୍ର କୁମାର ବିଶ୍ବାଳ, ଚିତ୍ରାରାଣୀ ପାତ୍ର, ସୁପ୍ରିୟା ସାହୁ, ପାତ୍ର ବାବୁ ଏବଂ ଆହୁରି ଅନେକ ସୁସାହିତ୍ୟିକ ତଥା ଆଶ୍ରମର ଅନେକ ଅନ୍ତେବାସୀ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କ୍ଷୀତେଶ୍ବର ଦାଶ ପୁସ୍ତକଟିର କଳେବର ଦେଖି ଅଭିଭୂତ ହୋଇଥିଲେ। ୩୦୦ରୁ ଉର୍ଦ୍ଧ ପୃଷ୍ଠାର ଏହି ଅମୃତ ସନ୍ଧାନ ଉପରେ ସମୀକ୍ଷକ ରବୀନ୍ଦ୍ର କୁମାର ବିଶ୍ବାଳ ପ୍ରାଞ୍ଜଳ ଭାବରେ ସମୀକ୍ଷା କରିଥିଲେ । ଅମୃତ ସନ୍ଧାନ ଏକ ବାଂମୟ ପରିପ୍ରକାଶରୁ ଶ୍ରୀଯୁକ୍ତ ବିଶ୍ବାଳ ବକ୍ୟବ୍ୟ ଆରମ୍ଭ କରିଥିଲେ । ପୁସ୍ତକଟି ପଞ୍ଚମ ଶ୍ରେଣୀରୁ କଲେଜ ପର୍ଯ୍ୟନ୍ତ ସମସ୍ତ ବର୍ଗର ଶିକ୍ଷାର୍ଥୀଙ୍କ ପାଇଁ ନିହାତି ଆବଶ୍ୟକ ଏବଂ ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ଲାଇବ୍ରେରୀରେ ଏଭଳି ଉପାଦେୟପୂର୍ଣ୍ଣ ପୁସ୍ତକ ସ୍ଥାନ ପାଇବା ଉଚିତ ବୋଲି ମତ ପ୍ରକାଶ କରିଥିଲେ ।

Udyog Nursery
Udyogi Nursery

ଶେଷରେ ଶ୍ରୀଯୁକ୍ତ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଦ୍ବିତୀୟ ପର୍ଯ୍ୟାୟରେ ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ ଆଶ୍ରମର ଅନ୍ତେବାସୀମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ମହୋଦୟ ସ୍ବହସ୍ତରେ ବସ୍ତ୍ରଦାନ କରିଥିଲେ । ଅନ୍ନବସ୍ତ୍ର ସମସ୍ତ ଅନ୍ତେବାସୀମାନଙ୍କୁ ପ୍ରଦାନ କରିବା ସହ ଏକ ସୁନ୍ଦର କବିତା ଆସରର ଆୟୋଜନ କରାଯାଇଥିଲା । ଶେଷରେ ସାରସ୍ୱତ ସ୍ରଷ୍ଟାମାନେ ରାମେଶ୍ବର ମନ୍ଦିରରେ ପ୍ରସାଦ ସେବନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.