ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ସଞ୍ଜୁ ସାମସନ ହୋଇ ପାରନ୍ତି ଉପ ଅଧିନାୟକ

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ସଞ୍ଜୁ ସାମସନଙ୍କୁ ଭାରତୀୟ ଦଳର ଉପ ଅଧିନାୟକ ଭାବେ ନିଯୁକ୍ତ କରାଯାଇପାରେ । ଏଏନଆଇରେ ପ୍ରକାଶିତ ରିପୋର୍ଟ ଅନୁସାରେ ଦିନିକିଆ ସିରିଜ ପାଇଁ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇପାରେ । ଏହାର କାରଣ ହେଲା ଟି୨୦ ସିରିଜ ପରେ ଟିମ ଇଣ୍ଡିଆ ଟି୨୦ ବିଶ୍ୱକପ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ବିଶ୍ୱକପ ଦଳର ଅଧିକାଂଶ ସଦସ୍ୟଙ୍କୁ ଦିନିକିଆ ଦଳରୁ ବାଦ ଦିଆଯାଇପାରେ । ଶିଖର ଧାୱନ ଦିନିକିଆରେ ଦଳର ନେତୃତ୍ୱ ନେବା ଏକପ୍ରକାର ସ୍ଥିର ହୋଇଯାଇଛି । ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜରେ ସଞ୍ଜୁ ସାମସନ ଦଳର ସଦସ୍ୟ ଥିଲେ । ଭାରତ ୩-୦ରେ ସିରିଜ ବିଜୟୀ ହୋଇଥିଲା । ଟି୨୦ ବିଶ୍ୱକପ ଦଳରେ ସଞ୍ଜୁଙ୍କୁ ସୁଯୋଗ ମିଳି ନ ଥିବାରୁ ପ୍ରଶଂସକମାନେ ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ୬, ୯ ଓ ୧୧ ଅକ୍ଟୋବରରେ ଲକ୍ଷ୍ନୌ, ରାଂଚୀ, ଦିଲ୍ଲୀରେ ଦିନିକିଆ ମ୍ୟାଚ ଖେଳାଯିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.