କଳିଙ୍ଗା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କଲେ ଡୁଗୁଡ଼ିପାରି ଗ୍ରାମବାସୀ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ବ୍ଲକ ଅଧିନରେ ଥିବା କଳିଙ୍ଗା ଗ୍ରାମପଞ୍ଚାୟତର ଡୁଗୁଡ଼ିପାରି ଗ୍ରାମ ଯେଉଁଠାରେ ୪ ଗୋଟି ୱାର୍ଡ ରହିଛି (୮,୯,୧୦,୧୧ ୱାର୍ଡ) ପାଖାପାଖି ୨୫୦୦ ଉର୍ଦ୍ଧ ଲୋକେ ବାସ କରୁଛନ୍ତି । କିନ୍ତୁ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଏଠାକାର ଗ୍ରାମବାସୀ । ସୂଚନା ଅନୁସାରେ ଏହି ୪ ଗୋଟି ୱାର୍ଡ ମଧ୍ୟରେ ରେଙ୍ଗାସାହି, ଡ଼ମାଗୁଡ଼ା, ଦୁବେସାହି, ମାଦିସାହି, ରଡ ସାହି, ମାହାନାଜୁ ,ପାଙ୍ଗାନାଜୁ, ପଣସ ସାହି, ସୁଣ୍ଢି ସାହି ରହିଛି । ଏହି ୯ ଗୋଟି ସାହିରେ ଗତ ପାଖାପାଖି ୧୨ ଦିନ ହେବ ବିଦ୍ୟୁତ୍ ସେବା ବନ୍ଦ ରହିଛି । କାରଣ ଟ୍ରାନ୍ସଫର୍ମର ପୋଡି ଯାଇଛି । ଟାଟା କମ୍ପାନୀ ଯେଉଁ ଦିନ ଠାରୁ ଏହି ବିଦ୍ୟୁତ୍ ବିତରଣ ନିମନ୍ତେ ଦାୟୀତ୍ବ ନେଇଛି ସେ ଦିନ ଠାରୁ କୌଣସି ନା କୌଣସି ଅସୁବିଧା ଲାଗି ରହିଥାଉଛି । ଗତ ୩ ଦିନ ପୂର୍ବେ କତିଙ୍ଗିଆ ଅଞ୍ଚଳବାସୀ ସ୍ଥାନୀୟ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ କରିଥିଲେ । ପୁଣି କଳିଙ୍ଗା ପଞ୍ଚାୟତ ବାସି ଶତାଧିକ ମହିଳା ପୁରୁଷ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ କରିବା ପାଇ ୩ ଟି ଟ୍ରାକ୍ଟରରେ ବାହାରିଥିଲେ । ବାରମ୍ବାର ଅନଲାଇନ୍ ଦ୍ବାରା ଅଭିଯୋଗ ଦିଆଯାଇଥିଲେ ମଧ୍ୟ କୌଣସି ସମାଧାନର ବାଟ ଦୀର୍ଘ ୧୨ ଦିନ ହେବ ହୋଇପାରି ନାହି । ତେଣୁ ଶତାଧିକ ମହିଳା ପୁରୁଷ କାର୍ଯ୍ୟାଳୟ ଘେରାଉ ପାଇ ବାହାରିଥିଲେ ।ସେପଟେ ଅନ୍ୟ ଏକ ଅଭିଯୋଗ ଯେ, ଏହି ଅଞ୍ଚଳକୁ ସଂଯୋଗ କରୁଥିବା ୩ଗୋଟି ରାସ୍ତା ଶୋଚନୀୟ ହୋଇ ପଡ଼ିଛି । ରାସ୍ତା ଖାଲଖମାରେ ପରିପୂର୍ଣ୍ଣ ହୋଇଥିବା ବେଳେ କେଉଁଠି କଂକ୍ରିଟ ରାସ୍ତା ତଳେ ମାଟି ଖାଇ ଗଲାଣି, ଯଦି ଗାଡି ଗୁଡ଼ିକ ଯିବା ଆସିବା କରିବ ତେବେ ତାହା ଭାଙ୍ଗି ଯିବ ଓ ଯାତାୟାତ ବାଧାପ୍ରାପ୍ତ ହେବ । ଭାରି ଯାନ ଯିବା ମନା, ଆମ୍ବୁଲାନ୍ସ ପାଇ ବହୁତ୍ କାଳ, ରୋଗୀ କିମ୍ବା ଗର୍ଭବତୀ ମାନଙ୍କ ପାଇଁ ସେବାରେ ବାଧା ସୃଷ୍ଟି ହେଉଛି । ତେବେ ଏହି ଅଞ୍ଚଳର ଜନସାଧାରଣ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସାକ୍ଷାତ କରିବା ପାଇଁ ବାହାରିଥିଲେ । କାରଣ ଗୋଷ୍ଠୀ ଉନ୍ନୟନ ଅଧିକାରୀ କଳିଙ୍ଗା ପଞ୍ଚାୟତ ଅନ୍ୟ ଏକ କାର୍ଯ୍ୟକ୍ରମରେ ଆସିଥିଲେ । ସେହି ସୁଯୋଗରେ ଉକ୍ତ ଅଞ୍ଚଳର ଶତାଧିକ ମହିଳା ପୂରୁଷ ସ୍ଥାନୀୟ ପଞ୍ଚାୟତ ପହଞ୍ଚି ନିଜର ଦାବି ପ୍ରଦାନ କରିଥିଲେ । ସେପଟେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବି ପାତ୍ର ପ୍ରଦାନ ପରେ ସ୍ଥାନୀୟ ବିଦ୍ୟୁତ୍ କାର୍ଯ୍ୟାଳୟ ଏସ ଡିଓଙ୍କୁ ଯୋଗାଯୋଗ କରିଥିଲେ ଓ ଆଜି ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ୍ ସେବା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସ୍ଥାନୀୟ ବିଡ଼ିଓଙ୍କ ବିଦ୍ୟୁତ୍ ଓ ରାସ୍ତା ଖୁବ୍ ଶୀଘ୍ର ସରକାରଙ୍କ କୌଣସି ଯୋଜନାରେ କାର୍ଯ୍ୟକାରୀ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଘେରାଉ କରିଥିବା ଅଞ୍ଚଳବାସୀ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କଥା ପ୍ରକାରେ ରାଜି ହୋଇଥିଲେ । କିନ୍ତୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କଥା ଅନୁସାରେ ଦାବି ପୁରଣ ନ ହେଲେ ଆଗାମୀ ଦିନରେ ରାଜରାସ୍ତାକୁ ପୁଣି ଓହ୍ଲାଇବେ ବୋଲି ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.