ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ପ୍ରସଙ୍ଗ: ୧୪ରେ ବାଜିବ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମର ବିଗୁଲ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର: ବଲାଙ୍ଗୀର ସହର ସ୍ଥିତ ପି.ପି. ଏକାଡେମୀ କନଫରେନ୍ସ କକ୍ଷରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସଂଘର୍ଷ ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଗତ ଦୁଇ ଦଶନ୍ଧି ଧରି ପଶ୍ଚିମ ଓଡ଼ିଶା ବାସୀଙ୍କ ସ୍ବପ୍ନ, ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପରେ ହେଉଥିବା ଅହେତୁକ ବିଳମ୍ବ ତଥା ବୈମାତୃକ ମନୋଭାବ ବିରୋଧରେ ସୃଷ୍ଟି ହୋଇଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସଂଘର୍ଷ ସମିତି ଆସନ୍ତା ୧୪ ତାରିଖରେ ବଲାଙ୍ଗୀର, ବୌଦ୍ଧ ଏବଂ ସୋନପୁର ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ସକାଳ ୯ଟା ରୁ ଦିବା ୧ ଘଣ୍ଟା ପର୍ଯ୍ୟନ୍ତ ପ୍ରତୀକାତ୍ମକ ଧାରଣାରେ ବସିବ । ଏଥିସହ ରେଳ ମନ୍ତ୍ରୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିବା ସଙ୍ଗେ ସଙ୍ଗେ ନିଜ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମର ବିଗୁଲ ବଜେଇବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସମିତିର କାର୍ଯ୍ୟକର୍ତ୍ତାମାନେ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସଂଘର୍ଷ ସମିତିର ଆବାହକ ଗୋପାଳଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମ୍ମିଳନୀରେ ବିଜେପିର ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, କଂଗ୍ରେସର ଜିଲ୍ଲା ସଭାପତି ଦିଲୀପ କୁମାର ବେହେରା, ବଲାଙ୍ଗୀର ନାଗରିକ କମିଟିର ସାଧାରଣ ସମ୍ପାଦକ ମନୋରଞ୍ଜନ ସାହୁ, ବରିଷ୍ଟ ନାଗରିକ ସଙ୍ଘର ସଭାପତି ପ୍ରଭାକର ମିଶ୍ର, କମିଟିର ଜିଲ୍ଲା ସଂଯୋଜକ ଭବାନୀ ଶଙ୍କର ଶତପଥୀ, ବଲାଙ୍ଗୀର ଏକ୍ସନ କମିଟିର ଉପସଭାପତି ସୁଶାନ୍ତ ପଟ୍ଟନାୟକ(ମୁନା) ଏବଂ ଯୁବ ଏକ୍ସନ କମିଟିର ସଭାପତି ବିନୋଦ କାଳସାଏ ପ୍ରମୁଖ ମଞ୍ଚାସିନ ହୋଇ ଆସନ୍ତା ୧୪ ତାରିଖରେ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ସଂଘର୍ଷ ସମିତିର କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ସମର୍ଥନ ଜଣେଇବା ସହ କାର୍ଯ୍ୟକ୍ରମ ରେ ଭାଗ ନେବାପାଇଁ ସହମତି ଜଣାଇ ଥିଲେ । ଆଜିର ସାମ୍ବାଦିକ ସମ୍ମିଳନୀରେ ପିତାମ୍ବର ବନଛୋର(ପିଙ୍କୁ), ରବି ଖମାରି, ପ୍ରମୋଦ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.