ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ଉପଖଣ୍ଡ ଚନ୍ଦକା ଥାନା ଅନ୍ତର୍ଗତ ମେଣ୍ଢାଶାଳ ଗ୍ରାମରେ ସରକାରୀ ଜମି ଜବରଦଖଲ ହୋଇଥିବା ଅଭିଯୋଗ ହୋଇଛି । ଏହି ଜାଗାରେ ଅଙ୍ଗନୱାଡି କେନ୍ଦ୍ର କିମ୍ବା କୌଣସି ସରକାରୀ କୋଠା ନିର୍ମାଣ ହୋଇଥିଲେ ଲୋକଙ୍କ ଉପକାରରେ ଆସିଥାନ୍ତା, କିନ୍ତୁ ଏହି ମୁଲ୍ୟବାନ ଜମିକୁ ଜଣେ ବ୍ୟକ୍ତି ନିଜ ଅକ୍ତିଆରରେ ନେଇଛନ୍ତି । ମେଣ୍ଢାଶାଳ ରାଜସ୍ବ ନିରିକ୍ଷକଙ୍କ ବାରଣ ସତ୍ତ୍ୱେ ମଧ୍ୟ ସେ ଉକ୍ତ ଜାଗାକୁ ଜବରଦଖଲ କରି ଘର ତିଆରି ପ୍ରୟାସ କରିଛନ୍ତି । ତେଣୁ ତୁରନ୍ତ ଏହି ଜବରଦଖଲ ଉଚ୍ଛେଦ ପାଇଁ ସାଧାରଣରେ ଦାବି ହେଉଛି ।