ସାହିତ୍ୟ ଜୀବନ ପକ୍ଷରୁ ମନୋରଞ୍ଜନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ସାହିତ୍ୟ ଜୀବନ ସାହିତ୍ୟ ସଂସଦର ପ୍ରାଣ ପ୍ରତିଷ୍ଠାତା ପବିତ୍ର ବେହେରାଙ୍କ ଉଦ୍ୟମ କ୍ରମେ ମା ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ବକ୍ସି ବଜାର ବାଟଗାଁ ଗ୍ରାମରେ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାହିତ୍ୟ ଜୀବନ ସାହିତ୍ୟ ସଂସଦ ଏବଂ ମା ମହାଲକ୍ଷ୍ମୀ ପୂଜା କମିଟି, ବକ୍ସି ବଜାର ଆନୁକୂଲ୍ୟରେ କବିତା ପାଠୋତ୍ସବ, ସଙ୍ଗୀତ, ନୃତ୍ୟ, କୁଇଜ୍ ସହ ମ୍ୟୁଜିକ୍ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଗ୍ରାମର ବିଶିଷ୍ଟ ବ୍ୟକ୍ତି ଗିଲଠୁ ନାଏକ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଭାବେ ୱାଡ୍ ମେମ୍ବର ଦୁର୍ଜନ କୁମାର ଆତିଥ୍ୟ ଗ୍ରହଣ କରିଥିଲେ ।ସମ୍ମାନୀତ ଅତିଥି ଲମ୍ବୋଦର ନାଏକ, ମୁକୁନ୍ଦ ନାଏକ, ପ୍ରସନ୍ନ ନାଏକ ଏବଂ ଗୋପୀନାଥ ନାଏକ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ସଭାପତିତ୍ବ କାର୍ଯ୍ୟ ସାହିତ୍ୟ ଜୀବନର ସହ ସମ୍ପାଦକ କ୍ଷମାନିଧି ବେହେରା ସୂଚାରୁରୂପେ ତୁଲାଇଥିଲେ । ପବିତ୍ର ବେହେରା ମଞ୍ଚ ପରିଚାଳନା କରିଥିଲେ । ସାହିତ୍ୟ ଜୀବନ ତରଫରୁ କିଛି ପ୍ରତିଭାକୁ ସମ୍ମାନିତ କରାଯାଇଥିଲା, କବିତା ପାଠୋତ୍ସବ, ସଙ୍ଗୀତ, ନୃତ୍ୟ, କୁଇଜ୍ ସହ ମ୍ୟୁଜିକ୍ ଚେୟାର ଗ୍ରାମର ବିଭିନ୍ନ ଛାତ୍ର ଛାତ୍ରୀ ସହ ଯୁବ ଗୋଷ୍ଠୀ ଭାଗ ନେଇ ଥିଲେ । ପ୍ରତିଯୋଗିତାର ବିଜେତାଙ୍କୁ ମାନପତ୍ର ସହ ଆକର୍ଷଣୀୟ ପୁରସ୍କାର ଦ୍ଵାରା ଉତ୍ସାହିତ କରାଯାଇଥିଲା । ଉପସ୍ଥାପନା ସନ୍ତୋଷ କୁମାର କରିଥିବାବେଳେ ୩୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ ।

Udyog Nursery
Udyogi Nursery


କବିତା ଆବୃତ୍ତି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଶୋକ କୁମାର କରିଥିବାବେଳେ ଦ୍ଵିତୀୟ ସ୍ଥାନ ବିରଞ୍ଚି କୁମାର କରିଥିଲେ । କୁଇଜରେ ସୁମିତ୍ରା ନାଏକ ( ପ୍ରଥମ ସ୍ଥାନ), ଲବଣୀ କୁମାର (ଦ୍ଵିତୀୟ), ଦୀପିକା ନାଏକ (ତୃତୀୟ) ଏବଂ ମ୍ୟୁଜିକ୍ ଚେୟାର ପ୍ରତିଯୋଗିତାରେ ଜତିନ୍ ନାଏକ, ପ୍ରେମାଙ୍ଗିନୀ ନାଏକ ବିଜେତା ହୋଇଥିଲେ । ସଙ୍ଗୀତରେ ସନ୍ତୋଷ କୁମାର (ପ୍ରଥମ), ସୁମିତ୍ରା (ଦ୍ଵିତୀୟ), ସାଗରିକା (ତୃତୀୟ) ସହ ନୃତ୍ୟରେ ଲବ, କୁଶ, ପିଣ୍ଟୁ, ସାନୁ(ପ୍ରଥମ), ଚୁମକି (ଦ୍ଵିତୀୟ), ମାନସୀ, ତୃପ୍ତି (ତୃତୀୟ) ସ୍ଥାନ ଅଧିକାର କରିଥିଲେ ।‌ସଙ୍କୀର୍ତ୍ତନ ମଣ୍ଡଳୀର ଜେମା ନାଏକ, ନବାତୀ ନାଏକ ଏବଂ ଘାଂସିରାଣୀ ନାଏକ ଙ୍କୁ ମାନପତ୍ରରେ ସମ୍ମାନିତ କରାଯାଇଥିଲା । ପୂଜା କମିଟିର ସଭାପତି ଦୁର୍ଜନ ନାଏକଙ୍କ ନେତୃତ୍ବରେ ମହାସମାରୋହରେ ପୂଜା ତଥା ବିଧି ଅନୁଷ୍ଠିତ ହେବା ସହ ଭକ୍ତ ମାନେ ଉପସ୍ଥିତ ରହି ମା’ଙ୍କ ଆଶୀର୍ବାଦ ଲାଭ କରିଥିଲେ । ଗ୍ରାମରେ ବହୁ ଆଡ଼ମ୍ବରରେ ପୂଜା ଅନୁଷ୍ଠିତ ହୋଇଥିଲା, ଏହି ସବୁ ଦେଖିବା ପାଇଁ ସନ୍ଧ୍ୟାରେ ପ୍ରବଳ ଗହଳି ହୋଇଥିବାର ଦେଖିବାକୁ ମିଳିଥିଲା । ତତ୍ ସହିତ ମା ମହାଲକ୍ଷ୍ମୀ ପୂଜା କମିଟିର ସମସ୍ତ କର୍ମକର୍ତ୍ତାମାନେ ଶାନ୍ତି ଶୃଙ୍ଖଳାରେ ପୂଜା ମଣ୍ଡପ ପରିଚାଳନା କରିଥିବାର ଜଣାପଡିଥିଲା । ପରିଶେଷରେ ସାହିତ୍ୟ ଜୀବନର ପ୍ରାଣ ପ୍ରତିଷ୍ଠାତା ପବିତ୍ର ବେହେରା ମା ମହାଲକ୍ଷ୍ମୀ ପୂଜା ପୂଜା ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ନବ ପ୍ରତିଭାଙ୍କୁ ନିଜର କଳା ବିଶ୍ୱରେ ପରିଚିତ କରିବାକୁ ଆହ୍ବାନ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.