ରାମାଶିଷ ତ୍ରିପାଠୀ ପାଇବେ ରାଜ୍ୟସ୍ତରୀୟ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ନାଟ୍ୟ ସମ୍ମାନ-୨୦୨୨

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମହାବୀର ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ପ୍ରଦାନ କରାଯାଉଥିବା ରାଜ୍ୟସ୍ତରୀୟ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ନାଟ୍ୟ ସମ୍ମାନ-୨୦୨୨ ପାଇବା ପାଇଁ ବିଶିଷ୍ଟ ନାଟ୍ୟକାର, ନିର୍ଦ୍ଦେଶକ, ଅଭିନେତା ଓ ନାଟ୍ୟ ସଂଗଠକ ରାମାଶିଷ ତ୍ରିପାଠୀଙ୍କୁ ଚୟନ କରାଯାଇଛି । ନାଟ୍ୟକାର ତ୍ରିପାଠୀ ‘ସ୍ଵୟଂମ୍ବର’, ‘ଗୁରବେ ନମଃ’, ‘ଏନ୍ତା ହେଲେ କେନ୍ତା ହେତା’, ‘କାଲି ଗାଈର ଭିନେ ଗୋଠ୍’, ‘ଧାନଖେଡ଼୍’, ‘ଦାଦନ’ ଆଦି ତିରିଶରୁ ଉର୍ଦ୍ଧ୍ବ ନାଟକ ରଚନା କରିବା ସହିତ ଦୀର୍ଘ ତିନି ଦଶନ୍ଧି ଧରି ନାଟ୍ୟକର୍ମରେ ଦକ୍ଷ ଭାବେ ସଂଶ୍ଳିଷ୍ଟ ରହିଛନ୍ତି । ଆଗାମୀ ନଭେମ୍ବର ୧୪ ତାରିଖ ଦିନ ହେବାକୁ ଥିବା ‘ମହାବୀର ମହୋତ୍ସବ’ ଅବସରରେ ଶ୍ରୀ ତ୍ରିପାଠୀଙ୍କୁ ସମ୍ମାନସ୍ୱରୂପ ମାନପତ୍ର, ଉପଢୌକନ ଓ ଅର୍ଥରାଶି ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ସାଧାରଣ ସମ୍ପାଦକ ସତ୍ୟନାରାୟଣ ସିଂହ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.