ତୃତୀୟ ଦିନରେ ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ ଠାରେ କଳାହାଣ୍ଡି ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନର ଖେଳ ଅନୁଷ୍ଠିତ ହୋଇଯାଇଛି। ସତର ବର୍ଷରୁ କମ ମହିଳା ବିଶ୍ୱକପ ଫୁଟବଲକୁ ଲୋକପ୍ରିୟ କରିବା ପାଇଁ ବିଦ୍ୟାଳୟ ସ୍ତରର ଛାତଛାତ୍ରୀଙ୍କ ମଧ୍ୟରେ ଏହା ଆୟୋଜନ କରାଯାଉଛି । ଏଥିରେ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ଲକ୍ଷ୍ମୀ ବିଶି, ଜିଲ୍ଲା କ୍ରୀଡ଼ା ସଂସ୍ଥାର ଯୁଗ୍ମ ସମ୍ପାଦକ ସୁନୀଲ ବେହେରା, ମ୍ୟୁନସିପାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ଇଲାରାଣୀ ମହାନ୍ତି ପ୍ରମୁଖ ଯୋଗ ଦେଇ ଶିଶୁ କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଆଇପିଇ ମହେନ୍ଦ୍ର ପଣ୍ଡା।

ଏହି ଅବସରରେ ଜିଲ୍ଲାର କର୍ଲାମୁଣ୍ଡା, ଥୁଆମୂଳ ରାମପୁର, ଲାଞ୍ଜିଗଡ଼ ବ୍ଲକର ୫ଟି ହାଇସ୍କୁଲ ମାନଙ୍କୁ ଫୁଟବଲ ବଣ୍ଟନ କରାଯାଇଥିଲା । ଦ୍ଵିତୀୟ ଦିବସରେ ଆଜି ୨ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ବାଳିକା ବିଭାଗର ପ୍ରଥମ ମ୍ୟାଚ ଜୁନାଗଡ଼-ଲାଞ୍ଜିଗଡ଼ରୁ ଲାଞ୍ଜିଗଡ଼ ଏବଂ ଦ୍ଵିତୀୟ ଥୁଆମୂଳ ରାମପୁର- କର୍ଲାମୁଣ୍ଡା ମ୍ୟାଚରେ କର୍ଲାମୁଣ୍ଡା ବିଜୟୀ ହୋଇଥିଲେ । ଖେଳ ପରିଚାଳନା କରିଥିଲେ ରେଫରି ନବୀନ ନାଏକ, ଜିତେନ୍ଦ୍ର ରଥ, ନାରାୟଣ ପ୍ରଧାନ, ଜୁବିନ ଲହଜଲ, ସନ୍ତୋଷ ପାଣିଗ୍ରାହୀ, ସନ୍ତୋଷାନନ୍ଦ ନାଏକ, ଅମିତ ମହାନ୍ତି, ରଘୁନାଥ ହେମ୍ବ୍ରମ, ସତ୍ୟାନନ୍ଦ ମାଝୀ, ସୌମ୍ୟ ଛତ୍ରିଆ। ଏଥିରେ ମୋ ସ୍କୁଲ ସଂଯୋଜକ ସୁକାନ୍ତ ସାହୁ, ଡିଇଓ ଅଫିସରୁ ଟଂକଧର ସାହୁ, ଜିତେନ୍ଦ୍ର ମୁଣ୍ଡ, ସରିଆଁ ସିଆରସିସି ସୁଧୀର ଧଙ୍ଗଡାମାଝୀ, ଜନଜାତି ସାଧନ କେନ୍ଦ୍ର ସଂଯୋଜକ ଡିଲେଶ୍ୱର ରଣା, ଯୁଗେଶ୍ୱର ମାଝୀ, ପିଇଟି ସୁବାଷ ନାଗ, ବୃଷ ବୁଦ୍ଧିଆ, ସୁଶାନ୍ତ ପଣ୍ଡା, ରାମ ପ୍ରଧାନ, ନିର୍ମଳ ପ୍ରଧାନ, ସଞ୍ଜୟ ମିଶ୍ର, ରୂପସିଙ୍ଗ ରାଉତ, କୁନମୁନ ଦାଶ, ମୁରଲୀ ଦୀପ, ମିଲନ କୁମାର, ପ୍ରିୟଙ୍କା ବିଶି, ନମିତା ରଣା, ଷ୍ଟାଡିୟମ କର୍ମକର୍ତ୍ତା ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.