ନର୍ଲା ସରପଞ୍ଚ ସଂଘର ନୂଆଖାଇ ଭେଟଘାଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସରପଞ୍ଚ ସଂଘର ନୂଆଖାଇ ଭେଟ କାର୍ଯ୍ୟକ୍ରମ ବାଗପୁର ଠାରେ ଅନୁଷ୍ଠିତ ହୋଇ ଯାଇଛି । ନର୍ଲା ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ସମ୍ମାନୀତ ଅତିଥି ଭାବରେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଜିଲ୍ଲା ସରପଞ୍ଚ ସଂଘ ସଭାପତି ସୁବୋଧ କୁମାର ରଣା, ଜୁନାଗଡ଼ ବ୍ଲକ ସରପଞ୍ଚ ସଂଘ ସଭାପତି ତାରା ରାୟଗୁରୁ, ଜୁନାଗଡ଼ ବ୍ଲକ ସରପଞ୍ଚ ସଂଘ ସମ୍ପାଦକ ଡ଼. ସୁରେଶ କୁମାର ପଧାନ ପ୍ରମୁଖ ଉପସ୍ଥିତ ରହି ଉଦବୋଧନ ଦେଇଥିଲେ । ନର୍ଲା ସରପଞ୍ଚ ସଂଘର ଉପସଭାପତି ରଶ୍ମିତା ସାହୁ, ସହସମ୍ପଦକ ଗୋପାଳ ହାତୀ, କୋଷାଧ୍ୟକ୍ଷ କବିତା ବାଗଙ୍କ ସମେତ ବରିଷ୍ଠ ସଦସ୍ୟା/ସଦସ୍ୟ ନର୍ଲା ସରପଞ୍ଚ ତନୁଜା ହରପାଲ, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ଘଣ୍ଟମାଲ ସରପଞ୍ଚ ଦେବେନ୍ଦ୍ର ସା, ରାକ୍ସି ସରପଞ୍ଚ ଯେମନ୍ତ ପୋଢ଼, ସରିଆଁ ସରପଞ୍ଚ ଓମପ୍ରକାଶ ଛାତ୍ରୀଆ, ସେରଗଡ଼ ସରପଞ୍ଚ ରାହୁଲ ସାହୁ, ଘୋଡାବନ୍ଧ ସରପଞ୍ଚ ରଶ୍ମିତା ସାହୁ, ରିତିକା କୁମାର, ରୁପ୍ରା ସରପଞ୍ଚ ଡଲି ବେହେରା, ବିଜୟ ବୁଦ୍ଧିଆ, ହେମନ୍ତ ଭୋଇ, ମନୋଜ ମହାନନ୍ଦ, ପର୍ଶୁରାମ ହରପାଲ, ହେମକିଶୋର ନାଗ, ରାମଚନ୍ଦ୍ର ସାହୁ ପ୍ରମୁଖ ଙ୍କ ସମେତ ସମସ୍ତ ସରପଞ୍ଚ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.