ଚତୁର୍ଥ ଦିନରେ ପହଞ୍ଚିଲା ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ ଠାରେ କଳାହାଣ୍ଡି ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନର ଖେଳ ଅନୁଷ୍ଠିତ ହୋଇଯାଇଛି। ସତରବର୍ଷରୁ କମ ମହିଳା ବିଶ୍ୱକପ ଫୁଟବଲକୁ ଲୋକପ୍ରିୟ କରିବା ପାଇଁ ବିଦ୍ୟାଳୟ ସ୍ତରର ଛାତଛାତ୍ରୀଙ୍କ ମଧ୍ୟରେ ଏହା ଆୟୋଜିତ କରାଯାଉଛି। ଏଥିରେ ଅତିଥି ଭାବେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ବିରଞ୍ଚି ନାରାୟଣ ଦରୱାନ, ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର, ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ଜଗଦୀଶ ପ୍ରଧାନ, ସରକାରୀ ବାଳିକା ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସୁନନ୍ଦା ପଣ୍ଡା, ମାଣିକେଶ୍ୱରୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ସଂଗୀତା ମହାନ୍ତି ପ୍ରମୁଖ ଯୋଗ ଦେଇ ଶିଶୁ କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଆଇପିଇ ମହେନ୍ଦ୍ର ପଣ୍ଡା। ଏହି ଅବସରରେ ଜିଲ୍ଲାର ଧର୍ମଗଡ଼ ବ୍ଲକର ୫ଟି ହାଇସ୍କୁଲ ମାନଙ୍କୁ ଫୁଟବଲ ବଣ୍ଟନ କରାଯାଇଥିଲା। ଚତୁର୍ଥ ଦିବସରେ ଆଜି ୩ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ବାଳକ ବିଭାଗର ପ୍ରଥମ ମ୍ୟାଚ କୋକସରା-ଧର୍ମଗଡ଼ରୁ କୋକସରା ଏବଂ ଦ୍ଵିତୀୟରେ ବାଳିକା ବିଭାଗ କେସିଙ୍ଗା-ଧର୍ମଗଡ଼ ମ୍ୟାଚରେ କେସିଙ୍ଗା, ତୃତୀୟ ବାଳକ ବିଭାଗ କେସିଙ୍ଗା-ଲାଞ୍ଜିଗଡ଼ରୁ ଲାଞ୍ଜିଗଡ଼ ବିଜୟୀ ହୋଇଥିଲେ।

ଖେଳ ପରିଚାଳନା କରିଥିଲେ ରେଫରି ନବୀନ ନାଏକ, ଜିତେନ୍ଦ୍ର ରଥ, ନାରାୟଣ ପ୍ରଧାନ, ଜୁବିନ ଲହଜଲ, ସନ୍ତୋଷ ପାଣିଗ୍ରାହୀ, ସନ୍ତୋଷାନନ୍ଦ ନାଏକ, ଅମିତ ମହାନ୍ତି, ରଘୁନାଥ ହେମ୍ବ୍ରମ, ସତ୍ୟାନନ୍ଦ ମାଝୀ, ସୌମ୍ୟ ଛତ୍ରିଆ, ପ୍ରିୟଙ୍କା ବିଶି। ଏଥିରେ ଡିଇଓ ଅଫିସରୁ ଟଂକଧର ସାହୁ, ଜିତେନ୍ଦ୍ର ମୁଣ୍ଡ, ସରିଆଁ ସିଆରସିସି ସୁଧୀର ଧଙ୍ଗଡାମାଝୀ, ଜନଜାତି ସାଧନ କେନ୍ଦ୍ର ସଂଯୋଜକ ଡିଲେଶ୍ୱର ରଣା, ଯୁଗେଶ୍ୱର ମାଝୀ, ପିଇଟି ସୁବାଷଚନ୍ଦ୍ର ନାଗ, ବୃଷ ବୁଦ୍ଧିଆ, ସୁଶାନ୍ତ ପଣ୍ଡା, ରାମ ପ୍ରଧାନ, ନିର୍ମଳ ପ୍ରଧାନ, ରୂପସିଙ୍ଗ ରାଉତ, କୁନମୁନ ଦାଶ, ମୁରଲୀ ଦୀପ, ମିଲନ କୁମାର, ନମିତା ରଣା, ତୁନେଶ୍ୱର ସା, ଅନୁପ ଦାସ, ସୁନୀଲ ନାଏକ, ଚିତ୍ତରଞ୍ଜନ ବାରିକ, ଆଲୋକ ବେହେରା, ସୁନିତା ଦାଶ, ଶ୍ରବଣ ଜାଲ, ଅଭିଷେକ ଛତ୍ରିଆ, ଅନୁପ ଦାସ ଓ ଷ୍ଟାଡିୟମ କର୍ମକର୍ତ୍ତା ପ୍ରମୁଖ ସହଯୋଗ କରିଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.