ଅଭିନେତ୍ରୀ ବୈଶାଳୀ ଠକ୍କର କାହିଁକି କଲେ ଆତ୍ମହତ୍ୟା ? ଜଣାପଡ଼ିଲା ରହସ୍ୟ..

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ସାମ୍ନାକୁ ଆସିଲା ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଆତ୍ମହତ୍ୟାର ରହସ୍ୟ । ଗତକାଲି ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କର ଇନ୍ଦୋର ଠାରେ ଆତ୍ମହତ୍ୟା କରିଥିଲେ । ତାଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କ ମନରେ ଗଭୀର ଦୁଃଖ ଦେଇଥିଲା। ତେବେ ଚର୍ଚ୍ଚିତ ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଆତ୍ମହତ୍ୟା ଘଟଣା ପଛର ରହସ୍ୟ କ’ଣ ରହିଥିଲା ତାହା ଏବେ ଜଣାପଡ଼ିଛି। ବିବାହର ୪ ଦିନ ପୂର୍ବରୁ ବୖଶାଳୀ ଏଭଳି ଏକ ନିଷ୍ପତ୍ତି ନେଲେ କାହିଁକି ? ଛାଡ଼ିଯାଇଥିବା ସୁଇସାଇଡ ନୋଟରେ ସମସ୍ତ ରହସ୍ୟ ଖୋଲୁଛି। ସେହି ନୋଟରେ ରାହୁଲ ଶୋଷଣ କରିଥିବା ଅଭିଯୋଗ ମଧ୍ୟ ଉଲ୍ଲେଖ କରିଛନ୍ତି ବୈଶାଳୀ।

Omkar Vasthu
Omkar Vasthu

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବୈଶାଳୀ ଅକ୍ଟୋବର ୨୦ ରେ ବିବାହ କରିବାକୁ ଯାଉଥିଲେ କିନ୍ତୁ ନୂଆ ଜୀବନର ଆରମ୍ଭ ପୂର୍ବରୁ ସବୁଦିନ ପାଇଁ ଜୀବନ ହାରିଦେଲେ ବୈଶାଳୀ । ବୈଶାଳୀଙ୍କ ବିବାହ ମିତେଶ ସହ ହେବାକୁ ଯାଉଥିଲା ସେ କାଲିଫର୍ନିଆର ଜଣେ ସପ୍ଟଓ୍ବେୟାର ଇଞ୍ଜିନିୟର ଥିଲେ। କିନ୍ତୁ ବୈଶାଳୀଙ୍କ ମନରେ ଭୟର ବସା ବାନ୍ଧି ସାରିଥିଲା ତାଙ୍କୁ ଲାଗୁଥିଲା କି ତାଙ୍କର ଏହି ବିବାହ କେବେ ହେବାକୁ ଦେବେନି ରାହୁଲ । କାହିଁକି ନା ପୂର୍ବରୁ ରାହୁଲ ବୈଶାଳୀଙ୍କ ନିର୍ବନ୍ଧ ଭାଙ୍ଗି ଦେଇଥିଲେ। ଏଥିସହ ରାହୁଲ ତାଙ୍କୁ ସବୁବେଳେ ହଇରାଣ କରି ଆସୁଥିଲେ।

Pearl dental clinic
Near Ashish Medical Store, Bhawanipatna

ସବୁବେଳେ ହସୁଥିବା ବୈଶାଳୀଙ୍କ ମନରେ ଏତେ ଦୁଃଖ ଛପି ରହିଥିଲା ତାହା ଦେଖିବାକୁ କେହି ପାଇନଥିଲେ। କିନ୍ତୁ ତାଙ୍କ ଜୀବନ ଯିବା ଆଗରୁ ସେ ତାଙ୍କ ମନରେ ଲୁଚାଇ ରଖିଥିବା ସମସ୍ତ ଦୁଃଖ ଡାୟରୀରେ ଲେଖି ଦୁନିଆ ଛାଡ଼ି ଚାଲିଯାଇଥିଲେ। ଯାହାକୁ ଆପଣମାନେ ପଢ଼ିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ। ସେ ସୁଇସାଇଡ ନୋଟରେ ଲେଖିଛନ୍ତି …..

Udyog Nursery
Udyogi Nursery

‘‘ମା, ବାପା.. ବାସ୍‌ ଆଉ ନୁହେଁ ତମେ ଦୁଇଜଣ ମୋ ପାଇଁ ଆଉ ମୁଁ ମୋ ନିଜ ପାଇଁ ବହୁତ ଚିନ୍ତାରେ ରହୁଥିଲ ..କେବଳ ମୁଁ ଜାଣିଛି ୨ ବର୍ଷ ମଧ୍ୟରେ କେତେ ସଂଘର୍ଷ କରିଛି ମୁଁ ..ରାହୁଲ ନଓ୍ବାଲାନୀ ମୋ ସହ ବହୁତ କିଛି ଖରାପ କରିଛନ୍ତି … ଯାହା ମୁଁ କାହାକୁ ଜଣେଇପାରିବି ନାହିଁ ..ସେ କିଭଳି ଭାବେ ମୋର ମାନସିକ, ଶାରିରୀକ ବ୍ୟବହାର କରିଛନ୍ତି .. ଶେଷରେ ସେ କହିଥିଲେ ଯେ ମୋର କୌଣସି ସ୍ଥାନରେ ବିବାହ କରାଇ ଦେବେ ନାହିଁ ତାହା ମଧ୍ୟ ସେ କରି ଦେଖାଇଛନ୍ତି ।’’

ଏଥିସହିତ ସେ ଆହୁରି ମଧ୍ୟ ଲେଖିଛନ୍ତି..  ଯେ ରାହୁଲଙ୍କ ସ୍ତ୍ରୀ ଦିଶା ରାହୁଲ ବିଷୟରେ ସବୁକିଛି ଜାଣିଥିଲେ। ହେଲେ ସେ ସମସ୍ତଙ୍କ ପାଖରେ ମୋର ଖରାପ କହି ବୁଲୁଥିଲେ କାରଣ ତାଙ୍କ ସ୍ତ୍ରୀ ଜାଣିଥିଲେ ଯେ ମୁଁ ରାହୁଲଙ୍କର କିଛି ବିଗାଡ଼ି ପାରିବିନି। କିନ୍ତୁ ଭଗବାନ ଏବଂ କୋର୍ଟ ତାଙ୍କୁ ଶାସ୍ତି ଦେଉ… । ସେ ଏହି ନୋଟ୍‌ରେ ତାଙ୍କ ବାପା ମାଙ୍କୁ କ୍ଷମା ମାଗିବା ସହ ନିଜେ ଜଣେ ଭଲ ଝିଅ ହୋଇପାରିଲେ ନାହିଁ ବୋଲି ଦୁଃଖ ପ୍ରକାଶ କରିଛନ୍ତି । ଏହି ନୋଟ୍‌ରୁ ତ ସ୍ପଷ୍ଟ ହୋଇଗଲା ଯେ ରାହୁଲଙ୍କ କାରଣରୁ ଜୀବନ ହାରିଛନ୍ତି ବୈଶାଳୀ।

ରାହୁଲ ହେଉଛନ୍ତି ବୈଶାଳୀଙ୍କ ପଡ଼ୋଶୀ। ସେ ଜଣେ ଜଣେ ଭଲ ବ୍ୟବସାୟୀ । ତେବେ ତାଙ୍କର ବୈଶାଳୀଙ୍କ ସହ ରହିଥିଲା ପ୍ରେମ ସମ୍ପର୍କ  । ଆଉ ସେ ଏହି ସମ୍ପର୍କର ଫାଇଦା ଉଠାଇଥିଲେ ରାହୁଲ  । ସେ ବୈଶାଳୀଙ୍କୁ ମାନସିକ ଚାପ ଦେଉଥିଲେ ଫଳରେ ବୈଶାଳୀ ଜୀବନ ହାରିବାକୁ ବାଧ୍ୟ ହୋଇଥିଲେ। ବୈଶାଳୀ ଟିଭି ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ ଥିଲେ। ସେ ଅନେକ ପପୁଲାର ଶୋ’ରେ କାମ କରିଛନ୍ତି। ସେ ନିଜ ଅଭିନୟ କ୍ୟାରିୟରର ଆରମ୍ଭ ସିରିଏଲ୍ ‘ୟେ ରିସ୍ତା କ୍ୟା କେହଲାତା ହୈ’ରୁ ଆରମ୍ଭ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.