ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ଭବାନୀପାଟଣା ସମବାୟ ସମିତି ନିର୍ବାଚନରେ ନିର୍ଦ୍ୱନ୍ଦରେ ଟିକମନ ଯାଦବ ଡ଼ାଇରେକ୍ଟର ଭାବେ ନିର୍ବାଚିତ ହୋଇଛନ୍ତି । ସେ ନିର୍ବାଚିତ ହେବା ପରେ ଧର୍ମଗଡ଼ ବ୍ଲକ ସମେତ ଜିଲ୍ଲାସାରା ଖୁସିର ଲହର ଖେଳିଯାଇଛି । ତାଙ୍କୁ ଧର୍ମଗଡ଼ ବ୍ଲକ ଯୁବ ଯାଦବ ମହାସଭା ତରଫରୁ ଭବ୍ୟ ସ୍ୱାଗତ ସମର୍ଦ୍ଧନା ପ୍ରଦାନ କରାଯାଇଛି । ଶ୍ରୀ ଯାଦବଙ୍କୁ ଧର୍ମଗଡ଼ ବ୍ଲକ ଯୁବ ଯାଦବ ମହାସଭା ସଭାପତି ଲବଣୀ ରାଉତ, ସାଧାରଣ ସମ୍ପାଦକ କାର୍ତ୍ତିକ ଛତ୍ରୀଆ ସ୍ବତନ୍ତ୍ର ଭାବରେ ସମ୍ବର୍ଦ୍ଧିତ କରିଛନ୍ତି । ଏହାସହ ଜିଲ୍ଲାର ବିଭିନ୍ନ ବ୍ୟକ୍ତି ବିଶେଷ ଓ ସଂଗଠନ ତରଫରୁ ଶ୍ରୀ ଯାଦବଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି ।
ଏଠାରେ ପ୍ରକାଶଯୋଗ୍ୟ ଯେ, ଟିକମନ ଯାଦବ ଜଣେ ସମାଜସେବୀ ତଥା ପରୋପକାରୀ ବ୍ୟକ୍ତିତ୍ୱ । ୧୯୯୨ ମସିହାରେ ରାଜନୀତିରେ ଯୋଗଦେଇ ସେ ଜୟନ୍ତପୁର ଗ୍ରାମ ପଞ୍ଚାୟତର ୱାର୍ଡ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ଏହା ପରେ ୧୯୯୭ ମସିହାରେ ନାଏବ ସରପଞ୍ଚ ଓ ୨୦୦୭ ମସିହାରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ବିଜୁ ଜନତା ଦଳର ଜଣେ ଅଗଧାଡ଼ିର କର୍ମୀ ଥିବା ଶ୍ରୀ ଯାଦବ ଅଧୁନା ଧର୍ମଗଡ଼ ବ୍ଲକ ବିଜୁ ଜନତା ଦଳର ସଭାପତି ରହିଛନ୍ତି । ଡ଼ାଇରେକ୍ଟର ନିର୍ବାଚିତ ହେବାପରେ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି – ଅଞ୍ଚଳର ଚାଷୀଙ୍କ ସମସ୍ୟାର ତ୍ୱରିତ ସମାଧାନ, ବ୍ୟବସ୍ଥିତ ମଣ୍ଡି ବ୍ୟବସ୍ଥା ସହ କୃଷି ଋଣ ପ୍ରଦାନ କ୍ଷେତ୍ରରେ ପ୍ରାଥମିକତା ଦିଆଯିବ ।