‘ପଦ୍ମ ଭୂଷଣ’ ଗ୍ରହଣ କଲେ ସତ୍ୟ ନାଡେଲା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ସଫ୍ଟଓ୍ୱୟାର କମ୍ପାନୀ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କୁ ମିଳିଲା ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମ ଭୂଷଣ । ଗତ ସପ୍ତାହରେ ସାନ୍ ଫ୍ରାନ୍ସିସ୍କୋ ସ୍ଥିତ ଭାରତୀୟ କନ୍ସୁଲେଟ୍ ଜେନେରାଲ୍ ଡ. ଟି. ଭି. ନଗେନ୍ଦ୍ର ପ୍ରସାଦଙ୍କଠାରୁ ଆନୁଷ୍ଠାନିକ ଭାବେ ଏହି ସମ୍ମାନ ଗ୍ରହଣ କରିଥିଲେ ନାଡେଲା । ଆସନ୍ତା ଜାନୁଆରୀ ମାସରେ ଭାରତ ଗସ୍ତରେ ନାଡେଲା ଆସିବାର ଯୋଜନା ରଖିଥିବା ସୂଚନା ରହିଛି । ‘ପଦ୍ମ ଭୂଷଣ’ ସମ୍ମାନ ମିଳିବା ପରେ ନାଡେଲା କହିଛନ୍ତି, ଏହା ତାଙ୍କ ପାଇଁ ଗୌରବର ବିଷୟ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଭାରତର ବିଭିନ୍ନ ସ୍ଥାନରୁ ଆସିଥିବା ଲୋକଙ୍କ ସହ ମିଶି କାମ କରିବାକୁ ଚାହୁଁଛନ୍ତି‌ । ଯାହା ଦ୍ବାରା ସେମାନେ ଅଧିକ ଟେକ୍ନୋଲୋଜି ହାସଲ କରିପାରିବେ । ସାନ ଫ୍ରାନ୍ସିସ୍କୋରେ ଥିବା ଭାରତର କନସୁଲ୍ ଜେନେରାଲ୍ ଡକ୍ଟର ଟିଭି ନାଗେନ୍ଦ୍ର ପ୍ରସାଦ ଗତ ସପ୍ତାହରେ ନାଡେଲାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । ପଦ୍ମ ଭୂଷଣ ଗ୍ରହଣ କରିବା ପରେ ନାଡେଲା କହିଛନ୍ତି, “ପଦ୍ମ ଭୂଷଣ ଗ୍ରହଣ କରିବା ଏବଂ ଅନେକ ଅସାଧାରଣ ବ୍ୟକ୍ତିଙ୍କ ସହ ସମ୍ମାନିତ ହେବା ଗୌରବର ବିଷୟ । ଏଥିପାଇଁ ମୁଁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଭାରତବାସୀଙ୍କ ନିକଟରେ କୃତଜ୍ଞ। ଅଧିକ ସଫଳତା ପାଇବା ପାଇଁ ସେମାନଙ୍କୁ ଟେକ୍ନୋଲୋଜି ବ୍ୟବହାର କରିବାରେ ସାହାଯ୍ୟ କରିବା ପାଇଁ ମୁଁ ଭାରତର ବିଭିନ୍ନ ଲୋକଙ୍କ ସହ କାମ ଜାରି ରଖିବାକୁ ଅପେକ୍ଷା କରିଛି । “

ହାଇଦ୍ରାବାଦରେ ଜନ୍ମିତ ନାଡେଲା ଫେବୃଆରୀ ୨୦୧୪ରେ ମାଇକ୍ରୋସଫ୍ଟର ସିଇଓ ହୋଇଥିଲେ ଏବଂ ଜୁନ୍ ୨୦୨୧ରେ କମ୍ପାନୀର ଚେୟାରମ୍ୟାନ୍ ହୋଇଥିଲେ । ୫୫ ବର୍ଷିୟ ମାଇକ୍ରୋସଫ୍ଟ ସିଇଓ ଚଳିତ ବର୍ଷ ଆରମ୍ଭରେ ୧୭ ଜଣ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଭାବରେ ନାମିତ ହୋଇଥିଲେ । ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଘୋଷଣା କରାଯାଉଥିବା ପଦ୍ମ ପୁରସ୍କାର ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ମଧ୍ୟରୁ ଅନ୍ୟତମ । ପ୍ରତିବର୍ଷ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗଠିତ ପଦ୍ମ ପୁରସ୍କାର କମିଟି ଦ୍ୱାରା ଦିଆଯାଇଥିବା ସୁପାରିଶ ଉପରେ ପଦ୍ମ ପୁରସ୍କାର ଦିଆଯାଏ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.