ଶିକ୍ଷକ ନ ଆସିବାରୁ ବିଦ୍ୟାଳୟରେ ଝୁଲିଲା ତାଲା, ଘରକୁ ଫେରିଗଲେ ଛାତ୍ରଛାତ୍ରୀ

ମହାଲିଙ୍ଗ ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ରାଜ୍ୟ ସରକାର ଶିକ୍ଷା ବିଭାଗକୁ ସୁଦୃଢ଼ କରିବା ପାଇଁ ଫାଇଭ ଟି ଯୋଜନାରେ ସ୍କୁଲ ରୂପନ୍ତରିକରଣ କରୁଛନ୍ତି । ଛାତ୍ରଛାତ୍ରୀମାନେ କିପରି ବିଦ୍ୟାଳୟ ପ୍ରତି ଆକୃଷ୍ଟ ହୋଇ ପାଠ ପଢି ଆସିବା ସେଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଅନେକ ଜାଗାରେ ଶିକ୍ଷକମାନଙ୍କ ଖାମଖିଆଲି ନିତି ଯୋଗୁଁ ବିଦ୍ୟାଳୟରେ ତାଲ ପଡୁଥିବାର ନଜିର ଥିବା ବେଳେ ଆଜି ଏହି ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗୋଲାମୁଣ୍ଡା ବ୍ଲକ ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ମହାଲିଙ୍ଗରେ । ବିଦ୍ୟାଳୟକୁ ଶିକ୍ଷକ ଠିକ ସମୟରେ ନଆସିବାରୁ ଗେଟରେ ତାଲା ପଡିଥିବା ଦେଖି ଛାତ୍ରଛାତ୍ରୀମାନେ ଘରକୁ ଫେରି ଯାଇଥିଲେ । ଆଜି ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ମହାଲିଙ୍ଗର ଛାତ୍ରଛାତ୍ରୀମାନେ ସକାଳ ୯.୩୦ ମିନିଟରୁ ବିଦ୍ୟାଳୟକୁ ଆସିଥିଲେ ସାଧାରଣତଃ ଛାତ୍ରଛାତ୍ରୀମାନେ ଏହି ସମୟରେ ହିଁ ବିଦ୍ୟାଳୟକୁ ଆସିଥାନ୍ତି ଓ ୧୦ ଘଣ୍ଟାରୁ ପ୍ରାର୍ଥନା ହୋଇ ପାଠପଢା ଆରମ୍ଭ ହୋଇଥାଏ । କିନ୍ତୁ ଛାତ୍ରଛାତ୍ରୀମାନେ ୯.୩୦ ରୁ ୧୦.୩୦ ମିନିଟ ପର୍ଯ୍ୟନ୍ତ ଦିର୍ଘ ଏକ ଘଣ୍ଟା ବିଦ୍ୟାଳୟ ଗେଟ ବାହାରେ ଅପେକ୍ଷ କରିଥିଲେ । ବିଦ୍ୟାଳୟକୁ କୌଣସି ଜଣେ ହେଲେ ଶିକ୍ଷକ ନଆସିବାରୁ ଦିର୍ଘ ଏକ ଘଣ୍ଟା କାଳ ଅପେକ୍ଷା କରିବା ପରେ ଛାତ୍ରଛାତ୍ରୀମାନେ ନିଜ ଘରକୁ ଫେରିଯାଇଥିଲେ । ବିନା ଛୁଟିରେ ଶିକ୍ଷକଙ୍କ ଖାମଖିଆଲି ନିତି ଯୋଗୁଁ ଛାତ୍ରଛାତ୍ରୀମାନେ ଅଧ୍ୟୟନ ନକରି ଘରକୁ ଫେରି ଯିବାରୁ ଅଭିଭାବକଙ୍କ ମହଲରେ କ୍ଷୋଭ ପ୍ରକାଶ ପାଇଛି । ଅପର ପକ୍ଷରେ ଛାତ୍ରଛାତ୍ରୀମାନେ ଘରକୁ ଫେରି ଯିବା ପରେ ଜଣେ ଶିକ୍ଷକ ବିଦ୍ୟାଳୟକୁ ଆସୁଥିବା ଦେଖି ତାଙ୍କ ସହିତ ସ୍ଥାନୀୟ କିଛି ଅଭିଭାବକ ଡେରି ହେବାର କାରଣ ବିଷୟରେ ପଚାରିବାରୁ ଶିକ୍ଷକ ଜଣକ ଏହି ଘଟଣାକୁ ଅତି ହାଲୁକା ଭାବେ ନେଇ ଅଭିବାବକଙ୍କୁ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପରିନଥିଲେ ଯେଉଁ ଭିଡିଓକି ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନାଯୋଗ୍ୟ ଯେ ଏହି ବିଦ୍ୟାଳୟରେ ଛଅ ଜଣ ଶିକ୍ଷକ ଥିବା ବେଳେ ପାଞ୍ଚ ଜଣ ଶିକ୍ଷ ଉକ୍ତ ମହାଲିଙ୍ଗ ଗ୍ରାମର ହୋଇଥିବା ବେଳେ ଜଣେ ଶିକ୍ଷକ ୩ କିମି ଦୂରରୁ ଆସନ୍ତି । ଅପର ପକ୍ଷରେ ଏହି ସ୍କୁଲରେ ନିୟମିତ ଏପରି ଘଟଣା ହେଉଥିବା ବେଳେ ସମୟ ପୂର୍ବରୁ ମଧ୍ୟ ଛୁଟି ହୋଇଯାଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଏଣୁ ଏଦିଗରେ ବ୍ଲକ ଶିକ୍ଷା ବିଭାଗ ସ୍ୱତନ୍ତ୍ର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଅଭିଭାବକମାନେ ଦାବୀ କରିଛନ୍ତି । ଏସଂକ୍ରାନ୍ତରେ ବ୍ଲକ ଶିକ୍ଷା ଅଧିକାରୀ ନବ କିଶୋର ସାହୁଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାରୁ ଏହି ଘଟଣାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ଅପରପକ୍ଷରେ ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କୁ ଫୋନ୍ କରି ଜଣାଇବାରୁ କ’ଣ ହେଇଛି ସେ ବିଷୟରେ ମୁଁ ବିଇଓ ଏବଂ ଡିଇଓଙ୍କୁ ପଚାରୁଛି ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୈଠକ ଡାକି କହିବି ବୋଲି କହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.