T20 ରେ ଭାରତର ଏକ ନମ୍ବର ଅଧିନାୟକ ହେବା ପାଇଁ ରୋହିତଙ୍କ ନିକଟରେ ସୁଯୋଗ

ଓଡ଼ିଆ ବାର୍ତ୍ତା/ ମେଲବୋର୍ଣ୍ଣ: ଟି୨୦ କ୍ରିକେଟରେ ଭାରତର ଏକ ନମ୍ବର ଅଧିନାୟକ ହେବା ପାଇଁ ରୋହିତ ଶର୍ମାଙ୍କ ନିକଟରେ ସୁବର୍ଣ୍ଣ ସୁଯୋଗ ରହିଛି । ଚଳିତ ଟି୨୦ ବିଶ୍ୱକପରେ ରୋହିତଙ୍କୁ ୭ଟି ମ୍ୟାଚରେ ବିଜୟ ହାସଲ କରିବାକୁ ପଡିବ । ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ୭୨ ମ୍ୟାଚରୁ ୪୧ ବିଜୟ ହାସଲ କରିଛି । ଅପରପକ୍ଷରେ ରୋହିତ ୪୫ ମ୍ୟାଚରେ ୩୫ଥର ବିଜୟୀ ହୋଇଛନ୍ତି । ତାଙ୍କ ପଛକୁ ବିରାଟ କୋହଲି ୫୦ରୁ ୩୦ ମ୍ୟାଚ ଜିତି ତୃତୀୟ ସ୍ଥାନରେ ରହିଛନ୍ତି । ଧୋନୀଙ୍କ ରେକର୍ଡ ଭାଙ୍ଗିବାକୁ ହେଲେ ରୋହିତଙ୍କୁ ଗ୍ରୁପ ପର୍ଯ୍ୟାୟର ୫ ମ୍ୟାଚ ସମେତ ସେମିଫାଇନାଲ ଏବଂ ଫାଇନାଲ ଜିତିବାକୁ ହେବ ।ଭାରତ ୨୩ ଅକ୍ଟୋବରରେ ପାକିସ୍ତାନ ବିପକ୍ଷରେ ମେଲବୋର୍ଣ୍ଣରେ ଅଭିଯାନ ଆରମ୍ଭ କରିବ । ୨୭ରେ ସିଡନୀରେ ନେଦରଲାଣ୍ଡସକୁ ଭେଟିବ । ସେହିପିରି ୩୦ରେ ଦକ୍ଷିଣ ଆଫ୍ରିକାକୁ ପର୍ଥରେ ଏବଂ ୨ ନଭେମ୍ବରରେ ଏଡିଲେଡରେ ବାଂଲାଦେଶକୁ ଭେଟିବ । ଏହା ପରେ ନଭେମ୍ବର ୬ରେ ମେଲବୋର୍ଣ୍ଣରେ ମ୍ୟାଚ ଖେଳିବ । ଏହି ମୁକାବିଲା ପାଇଁ ବିପକ୍ଷ ଦଳର ଘୋଷଣା ହୋଇ ନାହିଁ । ୯ ଓ ୧୦ରେ ସେମିଫାଇନାଲ ଏବଂ ୧୩ରେ ଫାଇନାଲ ମ୍ୟାଚ ଖେଳାଯିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.