କୋକସରା ତହସିଲରେ ନୂତନ ତହସିଲଦାରଙ୍କ ଯୋଗଦାନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ତହସିଲ କାର୍ଯ୍ୟାଳୟରେ ଆଜି ନୂତନ ତହସିଲଦାର ଭାବେ ଦେବବ୍ରତ କରାଟି ଯୋଗଦାନ କରି କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି । ଶ୍ରୀ କରାଟି ପୂର୍ବରୁ ନବରଙ୍ଗପୁର ଜିଲ୍ଲା ସେମିଲିଗୁଡା ଗୁଡା ତହସିଲ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ଭାବରେ କାର୍ଯ୍ୟରତ ଥିଲେ । ଆଜି କୋକସରା ପୂର୍ବତନ ତହସିଲଦାର ରାକେଶ ପରୁଆଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରି ତହସିଲ ଅଧୀନରେ ଥିବା ସମସ୍ତ ଜନସାଧାରଣଙ୍କ ପାଇଁ ନିଷ୍ଠାର ସହିତ କାର୍ଯ୍ୟ କରିବେ ବୋଲି କହିଛନ୍ତି । ତହସିଲ ଓ ରାଜସ୍ବ ବିଭାଗର କର୍ମଚାରୀ ମାନେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.