କ୍ଲଷ୍ଟର ସ୍ତରୀୟ ଶିଶୁ ସୁରଭି ମହୋତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ସଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶୁକ୍ରବାର କ୍ଲଷ୍ଟର ସ୍ତରୀୟ ଶିଶୁ ସୁରଭି ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ଜୟଶ୍ରୀବାଲା ନାଏକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା ଆଦର୍ଶ ବିଦ୍ୟାଳୟ ବଙ୍ଗୋମୁଣ୍ଡାର ଅଧ୍ୟକ୍ଷ ଦୀନବନ୍ଧୁ କର ମୁଖ୍ୟ ଅତିଥି ଭାବେ ଓ ତୋଫାନ ମାଝୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଆଞ୍ଚଳିକ ସ୍ତରରେ ଥିବା ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ବିଭିନ୍ନ ବିଷୟରେ ପ୍ରତିଯୋଗିତାରେ ଭାଗ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଆଗାମୀ ଦିନରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ କୃତି ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିବେ ବୋଲି ଜଣା ପଡିଛି । ସଂମ୍ମାନିତ ଅତିଥି ଭାବେ ଦୁର୍ୟୋଧନ ବାଗ, ତରୁଲତା ନାଏକ, ମୁରଲୀ ଧର ମାଝୀ, ବବରୁବାହାନ ବିଶି, ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ନୋଡାଲ ସିଆରସିସି ବୈକୁଣ୍ଠ ଜାଲ କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ଓ ମଞ୍ଚ ପରିଚାଳନା କରିଥିଲେ । ଶିକ୍ଷକ କିସନଲାଲ ଧଙ୍ଗଡାମାଝୀ, ରଶ୍ମିତା ନିଏଲ, ସୁମନ ପଣ୍ଡା, କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ସେହିପରି ଆମପାଣି ବୁଢ଼ାରଜା ନେଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଳଷ୍ଟର ସ୍ତରୀୟ ସୁରଭି ମେଳା ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ ଯୋଗଦେଇ ଥିଲେ । ମୂଖ୍ୟବକ୍ତା ଭାବରେ ବରିଷ୍ଠ ଶିକ୍ଷକ ଚିତ୍ତରଞ୍ଜନ ଠାକୁର, ସମ୍ମାନିତ ଅତିଥି ଅଶ୍ବିନ କୁମାର ଦାସ, ପରିଚାଳନା କମିଟି ସଭାପତି ତଥା ସିଆରସିସି ପ୍ରମୋଦ କୁମାର ପୁରୋହିତ, ସଂପାଦକ ଈଶ୍ବରୀ ପ୍ରସାଦ ଅଗସ୍ତି ପ୍ରମୁଖ ମଞ୍ଚାସୀନ ହୋଇଥିଲେ । କାର୍ଯ୍ୟକ୍ରମରେ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ ୧୭ଟି ବିଭାଗରେ ଅଂଶଗ୍ରହଣ କରି ଅତିଥି ମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ମଞ୍ଚକୁ ଗିରିଶ ଚନ୍ଦ୍ର ସରାବୁ ପରିଚାଲନା କରିଥିବାବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାଗ୍ୟବାନ ବାଗ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ ମାନେ ସହଯୋଗ କରିଥିଲେ । ସେହିପରି କୋକସରା ଗୋଷ୍ଠୀ ଶିକ୍ଷା ବାଭାଗ ଅଧିନ ୧୧ ଗୋଟି କ୍ଳଷ୍ଟରରେ ସୁରଭି ମେଳା ଅନୁଷ୍ଠିତ ହୋଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.