ସାମୁଦ୍ରିକ ବାତ୍ୟାକୁ ନେଇ ସତର୍କ ରହିବାକୁ କହିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ଓଡ଼ିଆ ବାର୍ତ୍ତା/ କୋଲକତା: ସଂପ୍ରତି ଉତ୍ତର-ପଶ୍ଚିମ ଏବଂ ଏହାର ପାର୍ଶ୍ୱବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଥିବା ସାମୁଦ୍ରିକ ବାତ୍ୟାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସତର୍କ ରହିବାକୁ ସମୁଦ୍ରକୂଳବର୍ତ୍ତି ଜିଲ୍ଲାର ଲୋକମାନଙ୍କୁ କହିଛନ୍ତି । ବାତ୍ୟାକୁ ନେଇ ସବୁ ବିଭାଗ ସହ ବୈଠକ କରିବା ପରେ ସେ ଜନସାଧାରଣଙ୍କୁ ଭୟଭୀତ ନହେବା ସହ ଆଗୁଆ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ଘରୁ ନବାହାରିବା ପାଇଁ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି ।

ବାତ୍ୟା ସିତ୍ରାଙ୍ଗ ଏବେ ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଗତି କରୁଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କୁହାଯାଇଛି । ବାତ୍ୟା  ଏକ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବା ସହ ଆହୁରି ତୀବ୍ର ଓ ଭୀଷଣ ହେବାର ସମ୍ଭାବନା ରହିଛି।

ଏହା ପରେ ସାମୁଦ୍ରିକ ବାତ୍ୟା ଉତ୍ତର-ଉତ୍ତର-ପୂର୍ବ ଦିଗକୁ ନିଜର ଗତି ଜାରି ରଖିବା ସହ ଅକ୍ଟୋବର ୨୫ ତାରିଖ ସକାଳେ ତିଙ୍କୋନା ଦ୍ୱୀପ ଏବଂ ସାନ୍ଦ୍ୱୀପ୍‌ ନିକଟରେ ବାଂଲାଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ତେବେ ଏହାକୁ ନେଇ ପଶ୍ଚିମବଂଗ ସରକାରଙ୍କ ପକ୍ଷରୁ ସତର୍କତା ପଦକ୍ଷେପ ନିଆଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.