ପୋଷ୍ଟ ଅଫିସର ତାଲା ଭାଙ୍ଗିଦେଲେ ଦୁର୍ବୃତ୍ତ

ଓଡ଼ିଆ ବାର୍ତ୍ତା/ ଉତ୍କେଲା (ଅର୍ଜୁନ ପୋଢ): କେସିଙ୍ଗା ଥାନା ଚାଞ୍ଚେର ପଞ୍ଚାୟତରେ ଥିବା ପୋଷ୍ଟ ଅଫିସ ର ତାଲା କେତେକ ଦୁର୍ବୃତ୍ତ ସୋମବାର ରାତିରେ ଭାଙ୍ଗି ଆଉ ଏକ ତାଲା ଦେଇ ଥିବା ଉତ୍କେଲା ଫାଣ୍ଡିରେ ଜଣାଇଥିଲେ ପୋଷ୍ଟ ମାଷ୍ଟର । ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କଲାପରେ କେବଳ ତାଲା ଭାଙ୍ଗି ଟେବୁଲ ଡ୍ର କୁ ଚୋର ମାନେ ଦେଖିଛନ୍ତି ଓ କିଛି ନେଇ ନଥିବା ଜଣାପଡିଛି । କେବଳ ମୁଖ୍ୟ ଦ୍ବାରର ତାଲା ଭଙ୍ଗାଯାଇଛି । ଭିତର କୋଠରିରେ ଥିବା ତାଲା ଭାଙ୍ଗି ନାହାନ୍ତି, କୋଠରିରେ ସବୁ କାଗଜପତ୍ର ସବୁ ସୁରକ୍ଷିତ ଥିବା ପୋଷ୍ଟ ମାଷ୍ଟର ଶ୍ରୀ ମାଝୀ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.