ରାଜା ଚାର୍ଲସ ତୃତୀୟଙ୍କ ଦ୍ବାରା ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଲେ ଋଷି ସୁନକ

ଓଡ଼ିଆ ବାର୍ତ୍ତା/ ଲଣ୍ଡନ: ଋଷି ସୁନକ ବ୍ରିଟେନର ନୂଆ ପ୍ରଧନମନ୍ତ୍ରୀ ଭାବେ ରାଜା ଚାର୍ଲସ ତୃତୀୟଙ୍କ ଦ୍ବାରା ନିଯୁକ୍ତି ପାଇଛନ୍ତି । ବକିଙ୍ଗହାମ୍ ରାଜାପ୍ରାସାଦରେ ରାଜା ଚାର୍ଲସଙ୍କୁ ଭେଟି ଆଲୋଚନା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ମିଳିଛି । ସୁନକ ବ୍ରିଟେନର 57 ତମ ପ୍ରଧାନମନ୍ତ୍ରୀ ଭାବେ ନିଜର ଦାୟିତ୍ବ ତୁଲାଇବେ । ଗୋଟିଏ ବର୍ଷରେ  ତୃତୀୟ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେଇଛନ୍ତି ସୁନକ । ଦୁଇଶହ ବର୍ଷ ଇତିହାସରେ ସୁନକ ହେଉଛନ୍ତି ସବୁଠାରୁ କମ ବୟସର ପ୍ରଧାନମନ୍ତ୍ରୀ ।

ବୋରିସ ଜନସନଙ୍କ ସରକାର ସମୟରେ ଅର୍ଥମନ୍ତ୍ରୀ ଥିବା ସୁନକ ଶାସକ ଦଳର ନେତା ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଦୁଇ ଶହରୁ ଅଧିକାଂଶ ସାଂସଦ ସୁନକଙ୍କୁ ସମର୍ଥନ ଦେଇଥିବାରୁ ସୁନକ ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ ଥିଲା । ବ୍ରିଟେନର ଅର୍ଥନୀତିକୁ ସୁଧାରିବାକୁ ସୁନକ ଯେଉଁ ଆଶା ଦେଖାଇଥିଲେ ତାହାକୁ ଦେଶର ଜନତାଙ୍କ ଠାରୁ ଆରମ୍ଭ କରି ସାଂସଦଙ୍କ ପର୍ଯ୍ୟନ୍ତ ସମସ୍ତେ ଏବେ ସମର୍ଥନ କରୁଛନ୍ତି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଟ୍ରସଙ୍କ ୪୫  ଦିନର ପ୍ରଧାନମନ୍ତ୍ରୀ ସମୟରେ ଅର୍ଥନୀତିରେ ସୁଧାର ପାଇଁ ନିଆଯାଇଥିବା ପଦକ୍ଷେପ ଦେଶର ଅର୍ଥନୀତିକୁ ତଳିତଳାନ୍ତ କରିଚାଲିଥିଲା । ଦେଶର ଦୁର୍ବଳ ଅର୍ଥନୀତିକୁ ନେଇ ବିରୋଧୀ ଦଳ ମଧ୍ୟ ଆନ୍ଦୋଳନ କରିବାକୁ ଧମକ ଦେବା ସହ ଦେଶରେ ନିର୍ବାଚନ ପାଇଁ ଦାବି କରିଥିଲା । ଯାହା ଫଳରେ ଟ୍ରସ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ମଧ୍ୟବର୍ତ୍ତି ନିର୍ବାଚନ ପାଇଁ ଦାବି କରୁଥିଲା ବିରୋଧୀ ଲେବର ପାର୍ଟି । ଦଳର କ୍ଷତି ନହେବା ପାଇଁ କନଜରଭେଟିଭ ପାର୍ଟି ନିଜର ନେତା ଭାବେ ସୁନକଙ୍କ ନାମ ଘୋଷଣା କରିଥିଲା । ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଋଷି ସୁନକ ଶପଥ ନେବାର କାର୍ଯ୍ୟକ୍ରମ ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.