ଛାତ ଉପରୁ ଖସିପଡ଼ି ମହିଳା ଗୁରୁତର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ କାଉଡୋଲା ଗ୍ରାମର ଜଣେ ମହିଳା ଆଜି ନିଜ ଘର ଛାତ ଉପରେ ପାଣି ଦେଉଥିବାବେଳେ ଖସିପଡି ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ମହିଳା ହେଲେ ୱାର୍ଡ ନମ୍ବର ୨ର ବୈଦନାଥ ନାଏକଙ୍କ ସ୍ତ୍ରୀ ଜୟନ୍ତୀ ନାଏକ । ସୂଚନା ଅନୁସାରେ, ବୈଦ୍ୟନାଥଙ୍କୁ ମିଳିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଘରର ସ୍ଳାପ ରବିବାର ଦିନ ପଡ଼ିଥିଲା । ତେବେ ବୈଦ୍ୟନାଥଙ୍କ ସ୍ତ୍ରୀ ଜୟନ୍ତୀ ମଙ୍ଗଳବାର ସକାଳେ ଘର ଛାତ ଉପରେ ପାଣି ଦେଉଥିବାବେଳେ କୈାଣସି କାରଣରୁ ଅସାବଧାନ ହୋଇ ଛାତ ଉପରୁ ଖସିପଡି ଗୁରୁତର ହେଇଥିଲେ । ଅନ୍ୟପଟେ ଆମ୍ବୁଲାନ୍ସକୁ ଖବର ଦେବାରୁ ଉପଲବ୍ଧ ନ ଥିବାରୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଏକ ଘରୋଇ ଗାଡ଼ି ଯୋଗେ ଜୟନ୍ତୀଙ୍କୁ ପ୍ରଥମେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣାକୁ ସ୍ଥାନାନ୍ତର କରିଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.