ପ୍ରଦୂଷଣ ପାଇଁ ରାଜଧାନୀରେ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ ହେଲା ପ୍ରାଥମିକ ବିଦ୍ୟାଳୟ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: କମୁନି ପ୍ରଦୂଷଣ, ଅଣନିଶ୍ୱାସୀ ଜନ ଜୀବନ । ରାଷ୍ଟ୍ରୀୟ ରାଜଧାନୀରେ ବଢ଼ୁଥିବା ପ୍ରଦୂଷଣକୁ ଦେଖି ବିଦ୍ୟାଳୟ ବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ଆସନ୍ତାକାଲି ଶନିବାର ଠାରୁ ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ ରହିବ । ଏହି ସମୟରେ ଅନଲାଇନ୍ ମାଧ୍ୟମରେ ଶିକ୍ଷାଦାନ ଜାରି ରହିବ । ଆଜି ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୫୦ ଉପରେ ରହିଛି । ଦିଲ୍ଲୀର ୫୦ଟି ସ୍ଥାନ ମଧ୍ୟରୁ ୪୨ଟି ସ୍ଥାନରେ ବାୟୁ ପ୍ରଦୂଷଣ ସ୍ଥିତି ଉଦବେଗଜନକ ରହିଥିବା ବେଳେ ୮ଟି ସ୍ଥାନରେ ସ୍ଥିତି ଅତ୍ୟନ୍ତ ବିପଜ୍ଜନକ । ପ୍ରଦୂଷଣ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଦିଲ୍ଲୀରେ ଟ୍ରକ୍ ପ୍ରବେଶ ଉପରେ କଟକଣା ଲଗା ଯାଇଛି । ଫଳରେ ଡିଜେଲ୍ ଚାଳିତ ଭାରି ଯାନ ଦିଲ୍ଲୀ ଭିତରକୁ ପ୍ରବେଶ କରିବ ନାହିଁ । ପଞ୍ଚମ ଶ୍ରେଣୀ ଯାଏ ସ୍କୁଲକୁ ବନ୍ଦ କରି ଦିଆଯାଇଥିବା ବେଳେ ଅନ୍ୟ ସ୍କୁଲରେ କେବଳ କ୍ଲାସ ହେବ । ଦିଲ୍ଲୀକୁ ଟ୍ରକ୍ ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗି ଥିବାବେଳେ କେବଳ ଜରୁରୀ ସାମଗ୍ରୀ ନେଇ ଯାଉଥିବା ଟ୍ରକ୍ ଯାଇ ପାରିବେ । ସିଏନଜି ଓ ଇଲେକ୍ଟ୍ରିକ୍ ଟ୍ରକ୍ ଉପରେ କୌଣସି ପ୍ରତିବନ୍ଧକ ନାହିଁ । ଏଥିସହ ୱାର୍କ ଫର୍ମ ହୋମ୍ ଉପରେ ଗୁରୁତ୍ୱ ଦିଆଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.