ଅଷ୍ଟ୍ରେଲିଆ ନିକଟରୁ ହାରିବା ପରେ ଅଧିନାୟକ ପଦରୁ ଇସ୍ତଫା ଦେଲେ ଆଫଗାନିସ୍ତାନ କ୍ରିକେଟ ଟିମ୍ ର କ୍ୟାପଟେନ ମହମ୍ମଦ ନବୀ

ଓଡ଼ିଆ ବାର୍ତ୍ତା/ ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଆଫଗାନିସ୍ତାନର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳ ଆଜି ତାର ସୁପର ୧୨ର ଅନ୍ତିମ ମୁକାବିଲାରେ ଅଷ୍ଟ୍ରେଲିଆ ନିକଟରୁ ୪ ରନରେ ହାରିଯାଇଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲା ପରେ ଆଫଗାନିସ୍ତାନର ଅଧିନାୟକ ମହମ୍ମଦ ନବୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଆଫଗାନିସ୍ତାନ ବୋର୍ଡ ଗତ ବର୍ଷ ଟି୨୦ ବିଶ୍ୱକପ ପାଇଁ ପ୍ରଥମେ ରଶିଦ ଖାଁଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରିଥିଲେ । ୨ ଘଂଟା ମଧ୍ୟରେ ସେ ଏଥିରୁ ଇସ୍ତଫା ଦେଇଥିଲେ । ଏହା ପରେ ମହମ୍ମଦଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଥିଲା । ସୁପର ୧୨ରେ ସିଧାସଳଖ ପ୍ରବେଶ କରିଥିବା ଆଫଗାନିସ୍ତାନ ୩ଟି ମ୍ୟାଚରେ ପରାଜିତ ହୋଇଥିଲା । ବାକି ୨ଟି ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଥିଲା । ଆମକୁ ବଡ ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ କରିବା ପାଇଁ ଯେଉଁଭଳି ଅଭ୍ୟାସ କରିବା କଥା ତାହା କରି ନ ଥିଲୁ । ଟିମ ମ୍ୟାନେଜମେଂଟ ଯେତେଦିନ ଚାହିଁବ ମୁଁ ଦେଶ ପକ୍ଷରୁ ଖେଳିବି ବୋଲି ସେ ସ୍ପଷ୍ଟ କରିଛନ୍ତି । ତେବେ ଅନ୍ତିମ ମ୍ୟାଚରେ ଚାମ୍ପିୟନ ଅଷ୍ଟ୍ରେଲିଆ ବିପକ୍ଷରେ ଆମ ପ୍ରଦର୍ଶନ ପ୍ରଶଂସନୀୟ ଥିଲା ବୋଲି ସେ କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.