ସମାଜସେବୀ ମିଲନ କୁମାର ଭୋଇ ସମ୍ବର୍ଦ୍ଧିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭା ଗୃହ ଠାରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଭବାନୀଶଙ୍କର ସାଂସ୍କୃତିକ ଅନୁଷ୍ଠାନର ସାଧାରଣ ସମ୍ପାଦକ ତଥା ନର୍ଲା ବ୍ଲକ ସରିଆଁ ଗ୍ରାମର ଯୁବ ସମାଜସେବୀ ମିଲନ କୁମାର ଭୋଇ ସମ୍ବର୍ଦ୍ଧିତ ହୋଇଛନ୍ତି । ମୋମେଂଟମ ରୌଟିଂ ଇଂମୁନିଜେସନ ଟ୍ରାନ୍ସଫରମେସନ ଆଣ୍ଡ ଇକୁଇଟି ହିନ୍ଦୁସ୍ଥାନ ଲେଟେକ୍ସ ଫାମିଲି ପ୍ଲାନିଂଙ୍ଗ ଟ୍ରଷ୍ଟ ଏବଂ ଜିଲା ସ୍ୱାସ୍ଥ୍ୟ କେନ୍ଦ୍ର କଳାହାଣ୍ଡି ପକ୍ଷରୁ ମାସିକ ବୈଠକ ଅବସରରେ ଶ୍ରୀ ଭୋଇଙ୍କ ସହ ଜିଲ୍ଲାର ଆଠଜଣଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସିଡ଼ିଏମଓ ରଞ୍ଜନ ମିତ୍ରା, ଏଡ଼ିପିଏଚଓ ବାସନ୍ତୀ ଆଚାରି, ଡିପିଏମ ଅବନୀ କୁମାର ମହାପାତ୍ର, ଡିଏମଆରସିଏଚ ଭବାନୀ ଶଙ୍କର ସାହୁ, ଏଚଏଲ ଏଫ.ପି.ପି.ଟିର ଏଏସଏମ ଡ଼. ଶ୍ରୀପତି, ଏସ ଓ ଏମ ରାଜେଶ ବେହେରା, ଆରଏମ ଜ୍ୟୋତି ରଥ ପ୍ରମୁଖ ଉପସ୍ଥିତ ଥିଲେ ।

ଏଠାରେ ପ୍ରକାଶଯୋଗ୍ୟ ଯେ, ନେହରୁ ଯୁବ କେନ୍ଦ୍ର କଳାହାଣ୍ଡିର ନିର୍ଦ୍ଦେଶ କ୍ରମେ ମିଲନ କୁମାର ଭୋଇ ନର୍ଲା ବ୍ଲକର ବିଭିନ୍ନ ଗ୍ରାମମାନଙ୍କରେ ଯୁବ ଅନୁଷ୍ଠାନର ସହଯୋଗରେ କରୋନା ସଚେତନତା ଏବଂ କରୋନା ଟୀକାକରଣ କ୍ୟାମ୍ପ ଆୟୋଜନ କରିବାରେ ସହଯୋଗ କରିଥିଲେ । ସେଥିପାଇଁ ତାଙ୍କୁ ସମ୍ମାନିତ କରାଯାଇଥିବା ଜଣାପଡ଼ିଛି । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.