ଏନଏଚ ୨୬ ପାଷ୍ଟିକୁଡି ପାଖ ବ୍ରିଜ ଉପରେ ଫାଟ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ପାଷ୍ଟିକୁଡ଼ି ନିକଟ ବ୍ରିଜ ଯାହା ଏନଏଚ ୨୬ ଉପରେ ଅବସ୍ଥିତ, ଏହାର ଅନେକ ଜାଗାରେ ଫାଟ ସୃଷ୍ଟି ହେଲାଣି। ହଜାର ହଜାର ସଂଖ୍ୟାରେ ଗାଡ଼ି ମୋଟର ଚଳାଚଳ ଫଳରେ ଫାଟ ଦିନକୁ ଦିନ ବଢ଼ିବାରେ ଲାଗିଛି । କିନ୍ତୁ ଶୋଇ ରହିଛି ସଂପୃକ୍ତ ବିଭାଗ । ସେହି ରାସ୍ତା ଦେଇ ବିଭାଗୀୟ ଅଧିକାରୀମାନେ ପ୍ରତିଦିନ ଜିଲ୍ଲା ସଦର ମହକୁମାକୁ ଯାଆ ଆସ କରୁଛନ୍ତି କିନ୍ତୁ କେମିତି ସେହି ବ୍ରିଜ ଉପରେ ନଜର ପଡୁନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ବ୍ରିଜର ଫୋଟୋ ଜଣେ ସଚେତନ ନାଗରିକ ପ୍ରଣବ ଭୋକ୍ତା ଏନଏଚ ବିଭାଗ ଓ ଜିଲ୍ଲାପାଳ କଳାହାଣ୍ଡିଙ୍କୁ ଟୁଇଟ କରି ଜଣାଇଛନ୍ତି । ଅତି ଶୀଘ୍ର ବ୍ରିଜ୍ର ମରାମତି କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.