କଳାହାଣ୍ଡିର ବାସ୍ତବ ଚିତ୍ରକୁ ପ୍ରତିଷ୍ଠିତ କରିବା ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଉ -ସତ୍ୟ ନାରାୟଣ ମହାପାତ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ଗତ ୨୦୨୧ ମସିହାରେ କଳାହାଣ୍ଡି ଉତ୍ସବ “ଘୁମୁରା-୨୦୨୧”ର ୨୫ ତମ ଅବସରରେ କଳାହାଣ୍ଡି ଉତ୍ସବର ରଜତ ଜୟନ୍ତୀ ଆୟୋଜନ କରିବା କଥା, ତେବେ କୋଭିଡ କଟକଣା ଯୋଗୁଁ ବିଗତ ଦୁଇ ବର୍ଷ ଧରି କଳାହାଣ୍ଡି ଉତ୍ସବ ଅୟୋଜିତ ହୋଇପାରିଲା ନାହିଁ । ଚଳିତ ବର୍ଷ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଉତ୍ସବ ଆୟୋଜନ ଚାଲିଛି । ତେଣୁ କଳାହାଣ୍ଡି ଉତ୍ସବର ରଜତ ଜୟନ୍ତୀ ଭାବରେ କଳାହାଣ୍ଡି ଉତ୍ସବ “ଘୁମୁରା-୨୦୨୩” ଜାନୁୟାରୀ ମାସରେ ଆୟୋଜନ କରିବା ସହ କଳାହାଣ୍ଡି ଉତ୍ସବ ରଜତ ଜୟନ୍ତୀକୁ ଭବ୍ୟ ରୂପେ ଆୟୋଜନ ନିମନ୍ତେ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରାଯିବା ଆବଶ୍ୟକ ବୋଲି ଦାବି ହେଉଛି ।

Omkar Vasthu
Omkar Vasthu

କଳାହାଣ୍ଡି ଉତ୍ସବ ରଜତ ଜୟନ୍ତୀକୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଓ ଧର୍ମଗଡ଼ରେ ଆୟୋଜନ କରିବା ସହ ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ଗୋଟିଏ ଦିନ ଓ ଦେଶର ରାଜଧାନୀ ନୂଆଦିଲ୍ଲୀରେ ଗୋଟିଏ ଦିନ ଆୟୋଜନ କରି କଳାହାଣ୍ଡି ଜିଲ୍ଲାର କଳା, ସଂସ୍କୃତି, ସାହିତ୍ୟ ଓ ବିକାଶର ପ୍ରଦର୍ଶନ କରି କଳାହାଣ୍ଡିର ବାସ୍ତବ ଚିତ୍ରକୁ ଦେଶରେ ପ୍ରତିଷ୍ଠିତ କରିବା ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଉ ବୋଲି ଦାବି କରିଛନ୍ତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ସତ୍ୟ ନାରାୟଣ ମହାପାତ୍ର । କଳାହାଣ୍ଡି ଉତ୍ସବ ରଜତ ଜୟନ୍ତୀ ମାଧ୍ୟମରେ କଳାହାଣ୍ଡିର ବାର୍ତ୍ତାକୁ ରାଜ୍ୟ ତଥା ଦେଶରେ ଉପସ୍ଥାପନ କରିବା ଉଦ୍ୟମ କରାଯାଉ । ଏବେଠାରୁ ପ୍ରସ୍ତୁତି ପର୍ବ ଆରମ୍ଭ କରାଯାଉ ବୋଲି ମଧ୍ୟ ଦାବି କରାଯାଇଛି ।

Pearl dental clinic
Near Ashish Medical Store, Bhawanipatna

କଳାହାଣ୍ଡି ଉତ୍ସବ ଲୋକଙ୍କ ଉତ୍ସବ ଏଣୁ ଲୋକ ମାନଙ୍କୁ ସାମିଲ କରି ସୁନ୍ଦର ଭାବରେ ପାଳନ କରାଯାଉ । ଏହାକୁ ନଭେମ୍ବର ପହିଲାରେ ଅୟୋଜିତ “କଳାହାଣ୍ଡି ଜିଲ୍ଲା ଗଠନ ଦିବସ” ଭଳି ପ୍ରଶାସନିକ ଉତ୍ସବ କରାନଯାଉ । କଳାହାଣ୍ଡି ଜିଲ୍ଲା ଗଠନ ଦିବସରେ ଲୋକଙ୍କୁ ସାମିଲ କରାନଯିବା ବିଷୟକୁ ନେଇ ବିଭିନ୍ନ ସାମାଜିକ ଗଣ ମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଜିଲ୍ଲା ପ୍ରଶାସନର ଏହି ମନୋମୁଖୀ କାର୍ଯ୍ୟକୁ ଜିଲ୍ଲାର କଳା ସଂସ୍କୃତି ପ୍ରେମୀ ଓ ବୁଦ୍ଧିଜୀବୀ ମାନେ ନାପସନ୍ଦ କରିଛନ୍ତି । ତେଣୁ କଳାହାଣ୍ଡି ଉତ୍ସବ ରଜତ ଜୟନ୍ତୀ ଲୋକଙ୍କୁ ସାମିଲ କରି ସୁନ୍ଦର ଭାବରେ ଜିଲ୍ଲା, ରାଜ୍ୟ ରାଜଧାନୀ ତଥା ନୂଆଦିଲ୍ଲୀରେ ଆୟୋଜନ କରିବା ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବାକୁ ଅନୁରୋଧ କରି ଦାବି ଜଣାଇଛନ୍ତି ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ସତ୍ୟ ନାରାୟଣ ମହାପାତ୍ର ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.