ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ପାହାଡ଼ପଦର ପଞ୍ଚାୟତ ସ୍ଥିତ ମାଳିପଡ଼ାରେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ବିଜେପୁର ପୁଲିସ । ମୃତକ ମହିଳା ଜଣକ ମାଲିପଡ଼ା ଗାଁର ବିଗ୍ନ ସାହୁ (୨୪)ଙ୍କ ସ୍ତ୍ରୀ ସସ୍ମିତା ସାହୁ (୨୦)ବୋଲି ଜଣାପଡିଛି । ସୂଚନାଯୋଗ୍ୟ ବିଗ୍ନ ଓ ସସ୍ମିତା ୭ ମାସ ତଳେ ପ୍ରେମ ବିବାହ କରି ଥିଲେ ହେଲେ କେଉଁ କାରଣରୁ ଏତେ ବଡ଼ ଅଘଟଣା ଘଟିଛି ପ୍ରକୃତ କାରଣ ଜଣାପଡିନଥିବା ବେଳେ ବିଜେପୁର ପୋଲିସ ତଦନ୍ତ ଜାରି ରଖିଛି । ପୋଲିସ ସୂଚନା ଅନୁସାରେ ସୋମବାର ରାତିରେ ସ୍ୱାମୀ ସ୍ତ୍ରୀଙ୍କ ମାଧ୍ୟ୍ୟରେ ପାଟିତୁଣ୍ଡ ହୋଇଥିଲା ଓ ସେହି ରାତି ହିଁ ନିଜ ଘରେ ସସ୍ମିତା ବେକରେ ଦଉଡି ଲଗେଇ ଆତ୍ମହତ୍ୟା କରି ଥାଇପାରନ୍ତି ବୋଲି ପୋଲିସ ସନ୍ଦେହ ରହୁଛି । ଏପଟେ ସସ୍ମିତାଙ୍କ ପରିବାର ଏହା ଆତ୍ମହତ୍ୟା ନୁହେଁ ମୋ ଝିଅକୁ ମାରି ଦେଇ ଆତ୍ମହତ୍ୟାର ରୂପ ଦେଉଛନ୍ତି ବୋଲି ଅଭିଯୋଗ ଆଣୁଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପ୍ରାଥମିକ ତଦନ୍ତକରି ଏକ ମାମଲା ରୁଜୁ କରିବା ସହିତ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ଲାଞ୍ଜିଗଡ଼ ତହସିଲଦାର ମୁନିଦ୍ର ହୋନାଙ୍ଗାଙ୍କ ଉପସ୍ଥିତରେ ଶବ ବ୍ୟବଚ୍ଛେଦ ପାଇଁ ଲାଞ୍ଜିଗଡ଼ ଡ଼ାକ୍ତରଖାନାକୁ ପଠାଇବା ପରେ ପରିବାରକୁ ଶବ ହସ୍ତାନ୍ତର କରାଯାଇଛି । ତେବେ ମୃତ ସସ୍ମିତାଙ୍କ ପରିବାର ଅଭିଯୋଗ ଆଣୁଛନ୍ତି ଯେ ବିଗ୍ନ ସବୁବେଳେ ଆମ ଝିଅକୁ ନିର୍ଯାତନା ଦେଇ ଆସୁଥିଲା ଓ ଆଜି ସେ ଜୀବନରୁ ମାରିଦେଇଛି ବୋଲି ମୃତ ସସ୍ମିତାଙ୍କ ବାପା ସୁକାନା ସାହୁ ଥାନାରେ ଏକ ଅଭିଯୋଗ କରିଥିବା ଜଣାପଡିଛି । ତେବେ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ବିଜେପୁର ଥାନାଧିକାରୀ ଲିଙ୍ଗରାଜ ସେଠୀ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.