ମୈନପୁରୀ ଲୋକସଭା ଉପନିର୍ବାଚନ: ଯୋଗୀ, ଅଖିଳେଶଙ୍କ ପାଇଁ ସମ୍ମାନର ପ୍ରଶ୍ନ

ଓଡ଼ିଆ ବାର୍ତ୍ତା/ ଲକ୍ଷ୍ନୈା: ୟୁପିରେ ମୈନପୁରୀ ଲୋକସଭା ଉପନିର୍ବାଚନ ପାଖେଇ ଆସୁଥିବା ବେଳେ ଏହି ଆସନରେ ବିଜେପି ଏବଂ ସମାଜବାଦୀ ପାର୍ଟି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ।  ମୁଲାୟମ ସିଂ ଯାଦବଙ୍କ ମୃତ୍ୟୁ ପରେ ଖାଲି ପଡିଥିବା ମୈନପୁରୀକୁ ବିଜେପି ହାତେଇବା ପାଇଁ ଯୋଗୀ ଆଦିତ୍ୟନାଥ ଘନଘନ ରଣନୀତି କରୁଥିବା ବେଳେ ଅଖିଳେଶ ଚାହୁଁଛନ୍ତି ଏହି ଆସନ ତାଙ୍କ ଦଳକୁ ଫେରିଆସୁ । ଅଖିଳେଶ ବାପାଙ୍କ ଅନୁକମ୍ପାମୂଳକ ଭୋଟକୁ ନେଇ ଏହି ଆସନରେ ଦଳୀୟ ପ୍ରାର୍ଥୀ ଜିତାଇବାକୁ ଚାହୁଁଥିବା ବେଳେ ବିଜେପି ଯାଦବ ପରିବାରର କାହାକୁ ଟିକେଟ ଦେଇ ଏହି ଆସନ ହାତେଇବାକୁ ଚାହୁଁଛି । ସବୁଠୁ ବଡ଼ କଥା ହେଲା ୨୦୨୪ ନିର୍ବାଚନ ପୂର୍ବରୁ ଏହି ଆସନର ମହତ୍ବ ଅଧିକା ରହିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯେକୈାଣସି ମତେ ସମାଜବାଦୀ ପାର୍ଟିର ଏହି ଦୁର୍ଗକୁ ହାତେଇବାକୁ ଚାହୁଁଛନ୍ତି । ମୈନପୁରୀ ଆସନ ସମାଜବାଦୀ ପାର୍ଟିର ବହୁଦିନର ଗଡ଼ ହୋଇ ରହିଛି । କିନ୍ତୁ ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଗଡ଼କୁ ବିଜେପିକୁ ଆଣିବା ପାଇଁ ମୁଲାୟମଙ୍କ ବୋହୁଙ୍କୁ ଟିକେଟ ଦେବାକୁ ନିଷ୍ପତ୍ତି ନେଇଥିବା ଚର୍ଚା ହେଉଛି ।

ମୈନପୁରୀ ଲୋକସଭା ଆସନ ଉପରେ ବିଜେପିର ଆଖି ଦେଖି ଅଖିଳେଶ ଏବେ ଚିନ୍ତାରେ ଅଛନ୍ତି । ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ପରେ ଏଠାରେ ଉପ-ନିର୍ବାଚନରେ ସମାଜବାଦୀ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଅଖିଳେଶ କହୁଛନ୍ତି ଏହି ଆସନ  ମୁଲାୟମଙ୍କ ସମ୍ମାନ ସହ ଜଡିତ । ତେବେ ଟିକେଟ କାହାକୁ ଦେବେ ତାହା ସ୍ଥିର କରିନାହାଁନ୍ତି ଅଖିଳେଶ । ବିଜେପି ଯାଦବ ପରିବାରର ବୋହୂ ଅପର୍ଣ୍ଣା ଯାଦବଙ୍କୁ ଟିକେଟ ଦେଇ ଏହି ଆସନ ହାତେଇବାକୁ ବଡ଼ ଗେମ ପ୍ରସ୍ତୁତ କରିଛି । ​​ମୁଲାୟମଙ୍କ ଦ୍ୱିତୀୟ ପୁଅ ପ୍ରତୀକଙ୍କ ପତ୍ନୀ ଅପର୍ଣ୍ଣ ଯାଦବ ମଧ୍ୟ ବିଜେପି ପାଇଁ ଦୁଇ ବର୍ଷ ହେଲା ଯୋଗୀଙ୍କ ପ୍ରଶଂସା କରୁଛନ୍ତି ।  ​​ତାଙ୍କୁ ପ୍ରାର୍ଥୀ କରାଗଲେ ସେ ନିଶ୍ଚୟ ଜିତିବେ ବୋଲି ରାଜନୀତି ସମୀକ୍ଷକ ଆଲୋଚନା କରୁଛନ୍ତି ।ଡିସେମ୍ବର ୫ରେ ମୈନପୁରୀ ଲୋକସଭା ଉପ-ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ୧୯୯୬ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଆସନ ସମାଜବାଦି ପାର୍ଟି ସହିତ ରହିଆସିଛି । ତେବେ ଏଥର ଉପନିର୍ବାଚନରେ ଏହି ଆସନ ବିଜେପି ହାତେଇ ପାରୁଛି ନା ସମାଜବାଦୀ ପାର୍ଟି ପାଖରେ ରହୁଛି ତାହା ସମୟ କହିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.