ଏ ଯୁଗ ଯୁଦ୍ଧର ନୁହଁ -ଜୟଶଙ୍କର

ଓଡ଼ିଆ ବାର୍ତ୍ତା/ ମସ୍କୋ: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବେ ଋଷିଆ ଗସ୍ତରେ ଅଛନ୍ତି । ଋଷ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଏସ ଜୟଶଙ୍କର କହିଛନ୍ତି ଯେ ଆମେ ବର୍ତ୍ତମାନ ୟୁକ୍ରେନ ବିବାଦର ଫଳାଫଳ ଦେଖୁଛୁ । ଏହାର ମାନେ ହେଉଛି ଭାରତ ଯୁଦ୍ଧ ଚାହୁଁନାହିଁ ଏହା ହିଁ ପରୋକ୍ଷରେ କହିବାକୁ ଚାହିଁଛନ୍ତି ଏସ ଜୟଶଙ୍କର । ‘ଏ ଯୁଗ ଯୁଦ୍ଧର ନୁହଁ’ ବୋଲି ଜୟଶଙ୍କର କହିଛନ୍ତି ।

Omkar Vasthu
Omkar Vasthu

ନିଜର ସ୍ପଷ୍ଟ ମତ ପାଇଁ ସାରା ବିଶ୍ବରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଜୟଶଙ୍କର ମସ୍କୋରେ ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବେଳେ କହିଛନ୍ତି ଯେ, ଆମେ ୟୁକ୍ରେନ ବିବାଦର ଫଳାଫଳ ଦେଖୁଛୁ । ଯୁଦ୍ଧର ପରିଣାମ କଣ ତାହା ସମସ୍ତେ ଜାଣନ୍ତି । ଫଳାଫଳ ମଧ୍ୟ ଆମେ ଦେଖିପାରୁଛୁ । ଏସ ଜୟଶଙ୍କର ଆଉ ମଧ୍ୟ କହିଛନ୍ତି ଯେ ଆମର ଏହି ପାରସ୍ପରିକ ବୈଠକ ହେଉଛି ଆମର ସମ୍ପର୍କକୁ ଆକଳନ କରିବାର ବଡ଼ ମାଧ୍ୟମ । ସମସାମୟିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପରସ୍ପରର ଭାବନାକୁ ବୁଝିବା ଆବଶ୍ୟକ । ସେ କହିଛନ୍ତି ଯେ ଭାରତ ଋଷ ବିଭିନ୍ନ କ୍ଷେତ୍ରରେ ମିଳିମିଶି ଉତ୍ତମ ଭାଗିଦାରୀ ଗଠନ କରିବାକୁ ଚେଷ୍ଟା କରୁଛନ୍ତି । ଦୁଇ ଦେଶର ସରକାର ସବୁବେଳେ ଅସାଧାରଣ ସ୍ଥିର ସମ୍ପର୍କ ରଖିଛନ୍ତି । ଆମର ଆଲୋଚନାରେ, ଆମେ ବିଶ୍ୱ ପରିସ୍ଥିତି ଏବଂ ଆମର ସମସ୍ୟାକୁ ଗୁରୁତ୍ବ ଦେଇ ଆସୁଛୁ । ଜୟଶଙ୍କର ଆହୁରି କହିଛନ୍ତି ଆମେ ଅନେକ ବିଷୟରେ ମଧ୍ୟ ଆଲୋଚନା କରିଛୁ । ବିଶେଷ କରି  ଆତଙ୍କବାଦ ଏବଂ ଜଳବାୟୁ ପରିବର୍ତ୍ତନ ନେଇ ଆମର ଯାହା ପ୍ରସଙ୍ଗ ରହିଛି ତାହା ଉପରେ ଅଧିକ କାମ କରୁଛୁ ଯାହାର  ପ୍ରଭାବ ମଧ୍ୟ ରହିଆସିଛି । ଋଷ ବୈଦେଶିକ ମନ୍ତ୍ରୀ  ଲାଭ୍ରୋଭ କହିଛନ୍ତି ଯେ ଭାରତ ସହ ଆମର ସଂପର୍କର ଗୁରୁତ୍ବ ଆମେ ଜାଣିଛୁ । ଭାରତର ମନୋଭାବକୁ ଆମେ ମଧ୍ୟ ସମ୍ମାନ କରୁଛୁ । ଆଲୋଚନା ନେଇ ଆମେ ନିଶ୍ଚୟ ପଦକ୍ଷେପ ଗ୍ରହଣ କରିବୁ  ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.