କଂଗ୍ରେସ ପାଇଁ  ଝଟକା, ୧୦ ଥର ବିଧାୟକ ଥିବା ଆଦିବାସୀ ନେତା ବିଜେପିରେ ସାମିଲ

ଓଡ଼ିଆ ବାର୍ତ୍ତା/ ଅହମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି । ନେତାମାନଙ୍କ ଦଳ ଡିଆଁ ପର୍ବ ସେତିକି ବଢ଼ୁଛି । ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ ରାଜନୀତି ସରଗରମ ହୋଇଛି । ବିଜେପି ଓ କଂଗ୍ରେସ ଦୁଇ ଦଶନ୍ଧି ଧରି ଏଠି ଲଢ଼େଇ କରୁଛନ୍ତି । ତେବେ ବିଜେପିକୁ ସରକାରରୁ ହଟାଇପାରୁନାହିଁ କଂଗ୍ରେସ। ପ୍ରତି ନିର୍ବାଚନ ସମୟରେ ଦୁଇ ଦଳଙ୍କ ମଧ୍ୟରେ ଲଢ଼େଇ ଜୋରଦାର ହେଉଛି । ଚଳିତ ବର୍ଷ ନିର୍ବାଚନକୁ ଆଉ ମାସେ ରହିଛି । ଏହା ପୂର୍ବରୁ କଂଗ୍ରେସ ଏବଂ ଆପରୁ ନେତାମାନେ ଇସ୍ଥଫା ଦେବା ଦେଖିବାକୁ ମିଳୁଛି । କଂଗ୍ରେସ ଦଳର ବରିଷ୍ଠ ନେତା ତଥା ୧୦ ଥର ବିଧାୟକ ଜିତିଥିବା ମୋହନ ସିଂ ରଥୱା କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଆଦିବାସୀ ନେତା ଭାବେ ତାଙ୍କର ଭୋଟ ବ୍ୟାଙ୍କ ରହିଛି ନିଜ ସମର୍ଥକଙ୍କ ସହ ସେ ବିଜେପିରେ ସାମିଲ ହୋଇଛନ୍ତି । ଏଥର ମଧ୍ୟ ରାଜ୍ୟରେ ବିଜେପି ସରକାର ଗଠନ କରିବ ବୋଲି ସେ କହିଛନ୍ତି । ଦଳରେ ଏକତା ନଥିବାରୁ କଂଗ୍ରେସ ଏଠାରେ ସରକାର ଗଠନ କରିପାରିବ ନାହିଁ ବୋଲି ସେ କହିଛନ୍ତି । ସେହିପରି କଂଗ୍ରେସରୁ ଆପ ଆସିଥିବା ଧନୀ ନେତା ଇନ୍ଦ୍ରାନିଲ ରାଜଗୁରୁ ଆପ୍ ଛାଡିଛନ୍ତି। ଇସୁଦାନ ଗଡଭୀଙ୍କୁ ମୁଖ୍ୟମନ୍ତ୍ରୀ  ଚେହେରା କରାଯିବା  ପରେ ସେ ଦଳ ଛାଡିଛନ୍ତି ।  ପୂର୍ବତନ ବିଧାୟକ ଇନ୍ଦ୍ରାନିଲ ରାଜଗୁରୁ ଆପରେ ବଡ଼ ଚେହେରା ଥିଲେ । ତାଙ୍କୁ ଦଳରେ ସମ୍ମାନ ମିଳୁନଥିବା ଅଭିଯୋଗ ଆଣି ସେ ଦଳ ଛାଡିଛନ୍ତି । ଡିସେମ୍ବର ୧ ଏବଂ ୫ରେ ଗୁଜରାଟରେ ନିର୍ବାଚନ ହେବ । ୧୮୨ଟି ବିଧାନସଭା ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଏଥର ମଧ୍ୟ ବିଜେପି ଗୁଜରାଟରେ ସରକାର ଗଠନ କରିବ ବୋଲି ବିଭିନ୍ନ ଓପିନିୟନ ପୋଲରେ କୁହାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.