ମ.ରାମପୁର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବୁଦେଲ୍ ଗୁମା ଚମ୍ପିୟାନ, ଟକର୍ଲା ରନର ଅପ୍

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ଫୁଟବଲ୍ କ୍ଳବ୍ ଆନୁକୁଲ୍ୟରେ ଗତ ଦୁଇ ତାରିଖ ଠାରୁ ଆରମ୍ଭହେଇଥିବା ମ.ରାମପୁର ନକ୍ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଉଦ୍ ଯାପିତ ହେଇ ଯାଇଛି । ଏଥିରେ ବୁଦେଲ ଗୁମା ଦଳ ବିଜେତା ହେଇଥିବା ବେଳେ ଟକର୍ଲା ଦଳ ଉପ ବିଜେତା ହେଇଥିଲେ । ବିଜେତା ଦଳଙ୍କୁ ସାତ ହଜାର ଟଙ୍କା ଓ ଟ୍ରଫି ଏବଂ ଉପ ବିଜେତା ଦଳଙ୍କୁ ପାଞ୍ଚ ହଜାର ଟଙ୍କା ଓ ଟ୍ରଫି ଦେଇ ଅତିଥି ମାନେ ପୁରସ୍କୃତ କରିଥିଲେ । ଉଦଜାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୁବ ନେତା ନୀଳ ମାଧବ ସିଂହଦେଓ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସମାଜସେବୀ ବିକାଶ ରଞ୍ଜନ ସିଂହ ଦେଓ, ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ସାମନ୍ତରା, ଭଗବାନ ଭୋଇ, ପ୍ରଦୀପ ପାଣିଗ୍ରାହୀ‌ ଓ ସୁରଜିତ ଲାକ୍ରା ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆୟୋଜକ କମିଟିର ପ୍ରବୀଣ ଭୋଇ, ଆଲୋକ ବେହେରା ଉପସ୍ଥିତ ଥିଲେ । ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ । ଖେଳଟି ଶେଷ ପର୍ଯ୍ୟନ୍ତ ଅମିମାଂସିତ ରହିଥିଲା । ପରେ ପେନାଲ୍ଟିରେ ବୁଦେଲଗୁମା ବିଜୟୀ ହୋଇଥିଲେ‌ । ଧାରା ବିବରଣୀ ଶୁଭେନ୍ଦୁ ବିଶୀ ଦେଇଥିଲେ । କାର୍ଯ୍ୟକ୍ରମ ସଂପର୍କରେ ବିଜୟ ଭୋଇ ସୂଚନା ଦେବା ସହ ପୁରସ୍କାର ବିତରଣି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଖେଳ ପରିଚାଳନା କରିଥିଲେ ସନ୍ତୋଷ ନାୟକ, ଲାଇନ୍ ମ୍ୟାନ ଥିଲେ ବିନୋଦ ଓ ପିଙ୍କୁ । ସମସ୍ତ ଖେଳ ପରିଚାଳନାରେ ପି ଭି ରାଓ, ଦୀନେଶ କୁମାର, ଅମୂଲ୍ୟ ଦାଶ, କ୍ଷୀରୋଦ ହେର୍ଣ୍ଣା, ମନୋଜ ସା, ବିନୋଦ ହେର୍ଣ୍ଣା, ଦୁଷ୍ମନ୍ତ, ସୁବଳ, ଦେବେଶ ଷଣ୍ଢ, ଜିତେନ୍ଦ୍ର ପ୍ରଦୀପ, କୁନା, ଅଞ୍ଜନା ମହାଖୁଡ ଓ ମହିଳା ଫୁଟବଲ ଦଳର ସମସ୍ତ ସଭ୍ୟ, ମ.ରାମପୁର ଫୁଟବଲ୍ କ୍ଳବର କର୍ମକର୍ତା ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.