ସୋନପୁର-ବିନିକା ଚୌକିଯୋର ନିକଟରେ ୧୧ ଘଣ୍ଟିଆ ରାସ୍ତାରୋକ

ଓଡ଼ିଆ ବାର୍ତ୍ତା / ସୁବର୍ଣ୍ଣପୁର (ସର୍ଜନ କୁମାର ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଚରଦା କପିଳେଶ୍ବର ମନ୍ଦିରରୁ ଗତ ୨୨ ଅକ୍ଟୋବରରେ ଚରଦା କପିଳେଶ୍ବର ମନ୍ଦିରରୁ ଦେବାଦେବୀଙ୍କ ଲକ୍ଷାଧିକ ଟଙ୍କାର ସାମଗ୍ରି ଚୋରୀ ହୋଇଥିଲା । ହେଲେ ଏହି ଘଟଣା ସମ୍ପର୍କରେ ବିନିକା ପୋଲିସ ଅନୁସନ୍ଧାନ କରୁଥିବା ନାଁରେ ଆଜିପର୍ଯ୍ୟନ୍ତ ପୋଲିସ ଚୋର ମାନଙ୍କୁ ଧରିବାରେ ବିଫଳ ହୋଇଥିବା ନେଇ ଆଜି ମନ୍ଦିର କମିଟି ଓ ଅଞ୍ଚଳର ଜନସାଧାରଣଙ୍କ ତରଫରୁ ବିନିକା-ସୋନପୁର ରାଜପଥର ଚୌକିଯୋର ଠାରେ ସକାଳ ୭ଘଣ୍ଟାରୁ ସଂନ୍ଧ୍ୟା ୬ଘଣ୍ଟାପର୍ଯ୍ୟନ୍ତ ରାସ୍ତାରୋକ ଆନ୍ଦୋଳନ ଆରମ୍ଭ ହୋଇଛି । ଫଳରେ ଉଭୟ ପଟରେ ଶତାଧିକ ଗାଡ଼ି ଅଟକି ରହିଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଘଟଣାସ୍ଥଳକୁ ପ୍ରଶାସନିକ ଅଧିକାରୀ ମାନେ ଆସି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ରାସ୍ତାରୋକ ହଟିନଥିବା ବେଳେ ମନ୍ଦିରରୁ ଚୋରିକରିଥିବା ର୍ଦୁବୁତ୍ତ ମାନଙ୍କୁ ୭ଦିନ ଭିତରେ ଗିରଫକରିବା ସହିତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ପ୍ରଶାସନ ଏକଲିଖିତ ପ୍ରତିଶୃତି ନଦେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଉଠିବୁ ନାହିଁ ବୋଲି ଆନ୍ଦୋଳନକାରୀ ଜିଦ ଧରିବସିଛନ୍ତି । ଚୋର ଧରିବାରେ ପୋଲିସ ସମ୍ପୁର୍ଣ୍ଣବିଫଳ ହୋଇଥିବା ନେଇ ଅଞ୍ଚଳବାସୀ ଶିଘ୍ର ଚୋରକୁ ଧରି ଉଚିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବିକରି ଥିବା ବେଳେ ତୁରନ୍ତ ଦୋଷିକୁ ଗିରଫନକଲେ ଆଗାମି ଦିନରେ ଏହି ଆନ୍ଦୋଳନ ଆହୁରି ତିବ୍ରତର ହେବ ବୋଲି ପ୍ରଶାସନକୁ ଚେତାବନି ଦେଇଛନ୍ତି ଆନ୍ଦୋଳନକାରୀ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.