ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ଅମଲା ଭବନଠାରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ପୂର୍ଣ୍ଣାଙ୍ଗ କମିଟି ଗଠନ କରା ଯାଇଥିବା ବେଳେ, କାର୍ଯ୍ୟକାଳ ଶେଷ ହୋଇଥିବା ବ୍ଲକ ସମିତି ଗୁଡିକର ଶିଘ୍ର ପୁନର୍ଗଠନ କରିବା ଉପରେ ସଭାରେ ନିଷ୍ପତ୍ତି ହୋଇଥିଲା । ଏହାସହ ଯାଦବ ଭବନ ନିର୍ମାଣ, ଜାତି ଜନଗଣନା ଓ ରେଜେଙ୍ଗେଲା ସହିଦ ପୀଠରୁ ଆସିବାକୁ ଥିବା ପୁଣ୍ୟ ମାଟିକୁ ସ୍ବାଗତ କରିବା ଆଦି ଅନେକ ବିଷୟରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା । କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଧଙ୍ଗଡାମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଏଥିରେ ମହାସଭାର ରାଜ୍ୟ, ଜିଲ୍ଲା, ବ୍ଲକ, ଆଞ୍ଚଳିକର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ଥିଲେ ।