ମାରାଡୋନା ଫୁଟବଲ୍ କ୍ଲବର ଏକଦିବସୀୟ ପ୍ରତିଯୋଗିତା: ହାବସପୁର ଚାମ୍ପିଅନ୍

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲି ଖାଁ): ଭବାନୀପାଟଣା କଲେଜ ପଡିଆଠାରେ ମାରାଡୋନା ଫୁଟବଲ କ୍ଲବର ଏକଦିବସୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କ୍ଲବର ସଭାପତି ପାର୍ଥବ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଭବାନୀପାଟଣା ମୁନସିପାଲଟି ଅଧ୍ୟକ୍ଷା ସଂଯୁକ୍ତା ବେହେରା ଟୁର୍ନାମେଣ୍ଟକୁ ଉଦଘାଟନ କରିଥିବାବେଳେ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ବିଜୁ ଜନତା ଦଳ ରାଜ୍ୟ ପରିଷଦ ସଦସ୍ୟ ଭବାନୀ ଶଙ୍କର ନିଆଲ, କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ସଭାପତି ପ୍ରଦୀପ କୁମାର ଦାସ, କଳାହାଣ୍ଡି ହାବିଲଦାର ସଂଘର ସଭାପତି ପ୍ଲାବନ ପଟ୍ଟନାୟକ, କାଉନସିଲର ଉତ୍ପଳ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଟୁର୍ନାମେଣ୍ଟରେ ସର୍ବମୋଟ ଆଠ ଗୋଟି ଦଳ ଅଂଶଗ୍ରହଣ କରିଥିଲେ। କଳାହାଣ୍ଡି ଜିଲ୍ଲା ତରଫରୁ ପୂର୍ବତନ ଜାତୀୟ ତଥା ରାଜ୍ୟ ସ୍ତରୀୟ ଖେଳାଳିମାନଙ୍କୁ ଯଥାକ୍ରମେ ସତ୍ୟନାରାୟଣ ପଣ୍ଡା, ଦାଊଦ ବାଗ, ଅର୍ଜୁନ ନାଏକ, ଲଷ୍ମୀନାରାୟଣ ବିଶିଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ହର ପଟେଲ, ଦାଊଦ ବାଗ, ଉପେନ୍ଦ୍ର ଶବର, ପୀତାମ୍ବର ଶବର, ମୁକେଶ ରାଉତ, ଟଙ୍କଧର ମଲ୍ଲିକ ରେଫରୀ ଭାବରେ ମ୍ୟIଚଗୁଡିକୁ ପରିଚାଳନା କରିଥିଲେ। ଦୀନେଶ ଦୁର୍ଗା ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ଉଦଯାପନୀ ଖେଳରେ ହାବସପୁର ଦଳ ଚାମ୍ପିଅନ୍ ହୋଇଥିବାବେଳେ ଗୂଡ଼ମର୍ଣ୍ଣିଙ୍ଗ ଦଳ ରନର୍ସଅପ୍ ହୋଇଥିଲେ। ପୁରସ୍କାର ବିତରଣୀ ଉତ୍ସବରେ କଳାହାଣ୍ଡି ଜିଲ୍ଲା ବ୍ୟାଡ଼ମିଣ୍ଟନ ସଂଘର ସଭାପତି ପ୍ରଦୀପ କୁମାର ଦାସ(ବାପି) ଚାମ୍ପିଅନ୍ ଓ ରନର୍ସଅପ୍ ଦଳଙ୍କୁ ପୁରସ୍କାର ବିତରଣ କରିବା ସହ ଉଭୟ ଦଳର ଖେଳାଳି, ପ୍ରତିଯୋଗିତାର ଖେଳ ସଂଗଠକ ଏବଂ ଦର୍ଶକମାନଙ୍କୁ ଉତ୍ସIହିତ କରିଥିଲେ। ସାଙ୍ଗଠନିକ ସମିତିର କେଶବ ମାଝୀ, ଭକ୍ତ ତାଣ୍ଡି, ଶଶାଙ୍କ ବିଷୋୟୀ, ସଞ୍ଜୟ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.