ବାଲିଯାତ୍ରା ବିଶ୍ଵଶାନ୍ତି ସାହିତ୍ୟ କର୍ମଶାଳା

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): ନିଖିଳ ଉତ୍କଳ ବିଶ୍ୱ ଶାନ୍ତି ସାହିତ୍ୟ ପ୍ରତିଷ୍ଠାନ ତରଫରୁ ଦୁଇ ଦିନିଆ ବାଲିଯାତ୍ରା ବିଶ୍ଵ ଶାନ୍ତି ସାହିତ୍ୟ କର୍ମଶାଳା ଉପର ବାଲିଯାତ୍ରା ପଡିଆ ସେଣ୍ଟ ଜନ ଆମ୍ବୁଲାନ୍ସ ଷ୍ଟଲରେ ଆୟୋଜିତ ହୋଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଡଃ ସଂଗ୍ରାମ କେଶରୀ ସାମନ୍ତରାୟ ପ୍ରଥମ ଦିନ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରି ଆମ ବାଲିଯାତ୍ରା ଆମ ସଂସ୍କୃତି ବିଷୟରେ ଆଲୋକପାତ କରିଥିଲେ । ଉକ୍ତ କର୍ମଶାଳାରେ ମୁଖ୍ୟ ବକ୍ତା ଭାବେ ବ୍ୟଙ୍ଗ କବି ଜ୍ଞାନ ହୋତା ଯୋଗଦେଇ ବିଶ୍ଵ ଶାନ୍ତି ପ୍ରତ୍ୟେକ ମଣିଷର ନିତିଦିନ କର୍ମରେ ପ୍ରତିଫଳିତ ହେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ପଣ୍ଡିତ ନୀଳକଣ୍ଠ ରାଉତ, ଯୋଗଗୁରୁ ସାଗରିକା ଜେନା, ବ୍ୟଙ୍ଗ କବି ବିଭୁ ପ୍ରସାଦ ନାୟକ, ବିଶ୍ୱଜିତ ସୂର୍ଯ୍ୟବଂଶୀ, ନବ କିଶୋର ସାମନ୍ତରାୟ, ବିପିନ ବିହାରୀ ବାରିକ, ବୈଜୟନ୍ତୀ ମାଳା ଶତପଥୀ ପ୍ରମୁଖ ଯୋଗଦେଇ ବିଶ୍ଵ ଶାନ୍ତି ପାଇଁ ସାହିତ୍ୟର ଭୂମିକା ବିଷୟରେ ଆଲୋଚନା କରିଥିଲେ । ବାଲିଯାତ୍ରା ଉତ୍କଳୀୟ ସଂସ୍କୃତିକୁ ପୁରାତନ କାଳରୁ ପ୍ରଭାବିତ କରୁଛି ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ପଚାଶ ଜଣ କବି କବିତା ପାଠ କରି ବିଶ୍ଵ ଶାନ୍ତି ପାଇଁ ମତ ପ୍ରଦାନ କରିଥିଲେ । ସେମାନଙ୍କୁ ସାଧବ ଚକ୍ର ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା । ତିରିଶ ଜଣ ସମାଜସେବୀ ବିଶ୍ଵ ଶାନ୍ତି ବାର୍ତ୍ତା ପ୍ରଦାନ କରିଥିଲେ, ସେମାନଙ୍କୁ ମଧ୍ୟ ସାଧବ ଚକ୍ର ସେବା ସମ୍ମାନ ପ୍ରଦାନ କରାଯାଇଥିଲା । ମାଲକାନଗିରିର ମୂକା କବାସିଙ୍କୁ ବାଲୁକା କଳା, ଅଜୟ କୁମାର ପଣ୍ଡା ସାହିତ୍ୟ ଏବଂ ସମାଜସେବା ପାଇଁ ଏବଂ ଗୌରୀ ଶଙ୍କର ଦାସଙ୍କୁ ସମାଜସେବୀ ଉଦ୍ୟୋଗପତି ଭାବେ ସାଧବ ଚକ୍ର ସମ୍ମାନ ୨୦୨୨ ପ୍ରଦାନ କରାଯାଇଥିଲା । ଚିତ୍ତ ରଞ୍ଜନ ମହାନ୍ତି, ସଞ୍ଜୟ କୁମାର ମହାରଣା, ବିରେନ୍ଦ୍ର କୁମାର ଜେନା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.