କୁଲତା ଯୁବ ଶକ୍ତି ମହିଳା ଶାଖାର ସାଙ୍ଗଠନିକ ବୈଠକ

ଓଡ଼ିଆ ବାର୍ତ୍ତା/ ବରଗଡ଼: ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଲାଦେରପାଲି ରାମଚଣ୍ଡୀ ମନ୍ଦିର ଠାରେ କୁଲତା ଯୁବ ଶକ୍ତି ମହିଳା ଶାଖାର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । କୁଲତା ଯୁବ ଶକ୍ତିର ମହିଳା ଉପଦେଷ୍ଟା ସୁସ୍ମିତା ସାହୁଙ୍କ ସଂଯୋଜନାରେ ହୋଇଥିବା ଏହି ବୈଠକରେ ବିଭିନ୍ନ ଜିଲ୍ଲାରୁ ମହିଳା ସଦସ୍ୟାମାନେ ଯୋଗ ଦେଇଥିଲେ । ଏହି ବୈଠକରେ କୁଲତା ଯୁବ ଶକ୍ତି ସଂଗଠନର ବୃଦ୍ଧି, ମହିଳା ସଶକ୍ତିକରଣ, କିଭଳି ମହିଳାମାନେ ବିଭିନ୍ନ କ୍ଷେତ୍ରରେ ସ୍ବାବଲମ୍ବୀ ହୋଇପାରିବେ ସେ ନେଇ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ କୁଲତା ଯୁବ ଶକ୍ତି ତରଫରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରିବାପାଇଁ ସଭାରେ ନିଷ୍ପତି ନିଆଯାଇଥିଲା । ବର୍ତ୍ତମାନ କୁଲତା ସମାଜରେ ଧିରେ ଧିରେ ପାଶ୍ଚାତ୍ଯ ସଂସ୍କୃତିର ଅନୁପ୍ରବେଶ ହଉଥିବା ବେଳେ ଏହାକୁ ବର୍ଜନ କରିବାପାଇଁ ମହିଳା ମାନେ ଆହ୍ବାନ ଦେଇଥିଲେ । ଏହି ବୈଠକରେ କୁଲତା ଯୁବ ଶକ୍ତିର ଜୋନ ୩ ସଂପାଦିକା ଜ୍ୟୋସ୍ନା ଭୋଇ, କଳା ଓ ସଂସ୍କୃତି ସଂଯୋଜିକା ପୂଜା ବେହେରା , ଶିକ୍ଷାବିତ୍ ରଜନୀ ବାରିକ, ସୁପ୍ରିୟା ସାହୁ, ମଞ୍ଜୁଶ୍ରୀ ପ୍ରଧାନ, ପ୍ରଭାତୀ ବଢେଇ, ପ୍ରଜ୍ଞା ସାହୁ, ପଲ୍ଲବୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । କୁଲତା ଯୁବ ଶକ୍ତି ରାଜ୍ୟ ମହିଳା ସଂଯୋଜିକା ସୁରଭି ସାହୁ ଧନ୍ୟବାଦ ଦେଇଥିଲା ବେଳେ କୁଲତା ଯୁବ ଶକ୍ତି ର ଉପଦେଷ୍ଟା ଗଜିନ୍ଦ୍ର ପ୍ରଧାନ ଓ ଶିକ୍ଷାବିତ୍ ବିନୟ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.