ଇପିଏଫ ପେନସନ ଭୋଗିଙ୍କ ପ୍ରତିବାଦ ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ଇପିଏଫ ପେନସନ ଭୋଗିଙ୍କ ରାଜ୍ୟ ସଂଗଠନର ଆହ୍ବାନ କ୍ରମେ କଳାହାଣ୍ଡି ଇପିଏଫ ଭୋଗି କର୍ମଚାରୀମାନେ ନଭେମ୍ବର ୧୬ ତାରିଖକୁ “ପ୍ରତିବାଦ ଦିବସ” ରୂପେ ପାଳନ କରି ସେମାନଙ୍କର ଦାବି ପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଓ ମୂଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇ ଥିଲେ। ଏଠାରେ ପ୍ରକାଶ ଥାଉ କି କେନ୍ଦ୍ର ସରକାର ଗତ ତା ୧୬-୧୧-୧୯୯୫ ତାରିଖରେ ଇପିଏଫ ଭୋଗିଙ୍କୁ ପେନସନ ଦେବା ପାଇଁ ଆଇନ ତିଆରି କରିଥିଲେ କିନ୍ତୁ ବର୍ତ୍ତମାନ ଓଡ଼ିଶାର ପ୍ରାୟ ଦୁଇ ଲକ୍ଷ ଇପିଏଫ ପେନସନ ଭୋଗି ମାନେ ମାସିକ ୩୦୦ ଟଙ୍କାରୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ ମିଳୁଛି ଯାହାକି ଆଜିର ମହାଙ୍ଗା ଯୁଗରେ ଚଳିବା ବହୁତ କଷ୍ଟ ଦାୟକ ବୋଲି କଳାହାଣ୍ଡି ସଭାପତି ବୈଦ୍ୟନାଥ ଦାଶ ପ୍ରକାଶ କରିଛନ୍ତି। ସେଥିପାଇଁ ଇପିଏଫ ପେନସନକୁ ୯୦୦୦ଟଙ୍କା ଓ ମହାଙ୍ଗା ଭତ୍ତା ବୃଦ୍ଧି ସହିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିବାପାଇଁ ପ୍ରଧାନମନ୍ତ୍ରୀ ଓ ମୂଖ୍ୟ ମନ୍ତ୍ରୀ ନିକଟକୁ ଦାବିପତ୍ର ଦେଇ ଥିବା ପ୍ରକାଶ କରିଛନ୍ତି। ଏହି ପ୍ରତିବାଦ ଦିବସରେ କଳାହାଣ୍ଡି ଇପିଏଫ ସଭାପତି ବୈଦ୍ୟନାଥ ଦାଶ ସମ୍ପାଦକ ଚକ୍ରଧର ପଣ୍ଡା ସମେତ କଳାହାଣ୍ଡି ଜିଲ୍ଲାର ଉଠା ଜଳସେଚନ ନିଗମ, ରାଜ୍ୟ ପରିବହନ ନିଗମ, କୋପରେତିଭ୍ ବ୍ୟାଙ୍କ, ଏଗ୍ରୋ ଇଣ୍ଡଷ୍ଟ୍ରି, ଆରଏମସି, ଫରେଷ୍ଟ କର୍ପୋରେସନ ସ୍ପିନିଂ ମିଲ ପେନସନ ଭୋଗି ମାନେ ସାମିଲ ହେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.