ନେତାଜୀ ଜନ କଲ୍ୟାଣ ଯୁବକ ସଂଘର ପଞ୍ଚ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବାନେରକୁ ହରାଇ ଖୁଟୁଲୁଗୁଡା ଚାମ୍ପିଅନ୍

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଚିକିଲି ନେତାଜୀ ଜନ କଲ୍ୟାଣ ଯୁବକ ସଂଘ ଆନୁକୂଲ୍ୟରେ ଚାଲିଥିବା ପଞ୍ଚ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଫାଇନାଲ ଖେଳ ବାନେର ଓ ଖୁଟୁଲୁଗୁଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୧/୦ ଗୋଲରେ ବାନେର ଦଳକୁ ହରାଇ ଖୁଟୁଲୁଗୁଡା ଦଳ ଚମ୍ପିୟାନ ହୋଇଛି। ଖେଳକୁ ମନୋରଞ୍ଜନ ରାଉତ ପରିଚାଳନା କରିଥିବାବେଳେ ଲାଇନ୍ସ ମ୍ୟାନ ଭାବରେ ଜିତେନ୍ଦ୍ର ଭୋଇ ଓ ଭୂପେନ୍ଦ୍ର ପଟ୍ଟନାୟକ ରହି ସହଯୋଗ କରିଥିଲେ। ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗାମ୍ଭାରୀଗୁଡା ସମିତି ସଭ୍ୟା ପ୍ରମିଳା ଭୋଇ, ମୁଖ୍ୟବକ୍ତା ଭାବରେ ଅବସରପ୍ରାପ୍ତ ସମବାୟ ସମିତି ସମ୍ପାଦକ ଐରାବତ ନାଏକ, ସମ୍ମାନିତ ଅତିଥି ଗମ୍ଭାରୀଗୁଡା ସରପଞ୍ଚ ଇଶରାମ ସୁନାନୀ, ଅବସରପ୍ରାପ୍ତ ଶିକ୍ଷକ ନରେନ୍ଦ୍ର ଭୋଇ, ଗଜିନ୍ଦ୍ର ମାଝୀ ପ୍ରମୁଖ ଯୋଗଦେଇ ଖୋଲାଳିମାନଙ୍କୁ ଉତ୍ସାହିତ କରିଥିଲେ। ଟୁର୍ଣ୍ଣାମେଣ୍ଟର ବିଜେତା ଓ ଉପ ବିଜେତା ଦଳକୁ ଅତିଥି ମାନଙ୍କ ଦ୍ଵାରା ଟ୍ରଫି ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ଶିକ୍ଷକ ବୈକୁଣ୍ଠ ଜାଲ ଓ କନିଷ୍ଠ ବଗର୍ତ୍ତୀ ଖେଳର ଧାରାବିବରଣି ପ୍ରଦାନ କରିଥିବାବେଳେ ଆୟୋଜକ ଅନୁଷ୍ଠାନର ସଭାପତି ପ୍ରେମଲାଲ ଭୋଇ, ଜୟନ୍ତ ଭୋଇ, ଅନନ୍ତ ମାଝୀ, ମୁକେଶ ମାଝୀ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ଖେଳ ପରିଚାଳନାରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.