ଇୟରଫୋନରେ ଗୀତ ଶୁଣିବା ମଣିଷକୁ କାଲ କରି ଦେଇପାରେ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ମୋବାଇଲରେ କଥା ହେବା ପାଇଁ କିମ୍ବା ଗୀତ ଶୁଣିବାକୁ ଏବେ ଇୟରଫୋନର ଚାହିଦା ବଢିବାରେ ଲାଗିଛି। ମୋବାଇଲ ପକେଟରେ ରହିଲେ ମଧ୍ୟ ଅନେକ କିଛି ଏହି ଇୟରଫୋନ୍ ଜରିଆରେ ନିଜର କାମ କରି ହେବ। ଆଉ ଏହି ଇୟରଫୋନ୍ ଏବେ ପିଲାଠୁ ବୁଢା ସମସ୍ତଙ୍କ ପସନ୍ଦ ପାଲଟିଛି। ଏମିତିକି ଡ୍ରାଇଭିଂ ବେଳେ ମଧ୍ୟ ଏହି ଇୟରଫୋନ୍ ବ୍ୟବହାର ହେଉଥିବାର ନଜିର ରହିଛି। କିନ୍ତୁ ଏକ ରିପୋର୍ଟ ଆସିଛି ଯାହା ଚିନ୍ତାଜନକ ପାଲଟିଛି। ନୂଆ ଗବେଷଣାରୁ ଜଣାପଡ଼ିଛି ଯେ, ୧ ବିଲିୟନ ବା ଶହେ କୋଟିରୁ ଅଧିକ କିଶୋର ଓ ଯୁବପିଢ଼ି ହେଡଫୋନ୍ ଓ ଇୟରବଡ୍ ବ୍ୟବହାର କରିବା ସହ ବିଭିନ୍ନ ସ୍ଥାନରେ ହାଇ ଭଲ୍ୟୁମରେ ସଙ୍ଗୀତ ଶୁଣୁଛନ୍ତି। ଏଥିଯୋଗୁଁ ବଧିର ବା କାଲ ହେବାର ଆଶଙ୍କା ରହିଛି।

Omkar Vasthu
Omkar Vasthu

ଗବେଷକମାନେ କହିଛନ୍ତି, କମ୍ ଭଲ୍ୟୁମରେ ଶୁଣି କାଲ ହେବାର ସମ୍ଭାବନାକୁ ଏଡାଉ ଦେଇ ହେବ।  ବିଏମଜେ ଗ୍ଲୋବାଲ ହେଲ୍ଥ ଜର୍ଣ୍ଣାଲରେ ପ୍ରକାଶିତ ରିସର୍ଚ୍ଚ ଅନୁଯାୟୀ, ସ୍ମାର୍ଟଫୋନ, ହେଡଫୋନ୍ ଏବଂ ଇୟରବଡ ଭଳି ବ୍ୟକ୍ତିଗତ ଶ୍ରବଣ ଯନ୍ତ୍ର (ପିଏଲଡି)ର ବ୍ୟବହାର ସହ ଉଚ୍ଚ ଶବ୍ଦରେ ଗୀତ ବାଜୁଥିବା ସ୍ଥାନରେ ସେମାନଙ୍କ ଉପସ୍ଥିତି ଯୋଗୁଁ ଯୁବପିଢ଼ି ବିଶେଷ ଭାବେ ଦୁର୍ବଳ ମାନସିକତାର ଶିକାର ହେଉଛନ୍ତି। ପୂର୍ବରୁ ପ୍ରକାଶିତ ଗବେଷଣା ଅନୁଯାୟୀ, ପିଏଲଡି ବ୍ୟବହାରକାରୀମାନେ ପ୍ରାୟତଃ ୧୦୫ ଡ଼ିବି ଯାଏ ଉଚ୍ଚ ସ୍ବର ବାଛିଥାନ୍ତି। ଯେତେବେଳେ କି ମନୋରଞ୍ଜନ ସ୍ଥଳରେ ହାରାହାରି ସାଉଣ୍ଡ୍ ସ୍ତର ୧୦୪ରୁ ୧୧୨ ଡ଼ିବି ହୋଇଥାଏ। ଯାହା ପ୍ରାପ୍ତ ବୟସ୍କଙ୍କ ପାଇଁ ୮୦ ଡ଼ିବି ଥିବା ବେଳେ ପିଲାଙ୍କ ପାଇଁ ୭୫ ଡ଼ିବି ଠାରୁ ଅଧିକ ରହିଥାଏ।

Pearl dental clinic
Near Ashish Medical Store, Bhawanipatna

ଗବେଷଣା ଅନୁଯାୟୀ, ବିଶ୍ୱବ୍ୟାପୀ କିଶୋର ଏବଂ ଯୁବକମାନଙ୍କ ମଧ୍ୟରେ ଯଥାକ୍ରମେ ୨୪ ପ୍ରତିଶତ ଏବଂ ୪୮ ପ୍ରତିଶତ ଅସୁରକ୍ଷିତ ଶୁଣିବା ଅଭ୍ୟାସ ସହିତ ଜଡିତ। ତେଣୁ ହେଡଫୋନ ଲଗାଇ ଉଚ୍ଚ ଶବ୍ଦରେ ମ୍ୟୁଜିକ ଶୁଣୁଥିବା ୨୪% ଯୁବପିଢି ଶ୍ରବଣ ଶକ୍ତି ହରାଇବା ଆଶଙ୍କା ରହିଛି। ଏହି ସଂଖ୍ୟାକୁ ଆଧାର କରି ଗବେଷକମାନେ ଆକଳନ କରିଛନ୍ତି ଯେ, ସାରା ବିଶ୍ୱରେ ୦.୬୭ ଏବଂ ୧.୩୫ ବିଲିୟନ କିଶୋର ଏବଂ ଯୁବ ବୟସ୍କ ଅଛନ୍ତି, ଯେଉଁମାନେ ଶ୍ରବଣ ଶକ୍ତି ହରାଇବାର ଆଶଙ୍କା ରହିଛି। ୩୩ଟି ରିପୋର୍ଟରୁ ତଥ୍ୟ ସଂଗ୍ରହ କରାଯାଇ ହୋଇଛି ଏପରି ଅଧ୍ୟୟନ। ଏହି ସମୟରେ ୧୨ରୁ ୩୪ବର୍ଷ ବୟସର ୧୯ ହଜାର ଲୋକଙ୍କୁ ସାମିଲ କରାଯାଇଥିଲା ।

Udyog Nursery
Udyogi Nursery

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.