ଜାନୁଆରୀ ୧୪ରୁ ୨୫ତମ କଳାହାଣ୍ଡି ଉତ୍ସବ ‘ଘୁମୁରା-୨୦୨୨’

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲି ଖାଁ): ଦୁଇବର୍ଷର ବ୍ୟବଧାନ ପରେ ପୁଣି ଉତ୍ସବ ମୁଖର ହେବ କଳାହାଣ୍ଡି। ଆସନ୍ତା ଜାନୁଆରୀ ୧୪ରୁ ଆୟୋଜିତ ହେବ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା-୨୦୨୨’। ତା’ ପୂର୍ବରୁ ପଞ୍ଚାୟତ ଓ ବ୍ଲକ୍ ସ୍ତରରେ ଉତ୍ସବ ଆୟୋଜନ ହେବ। ଏଥିପାଇଁ ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ସଦ୍ଭାବନା ସଭାଗୃହରେ ଆୟୋଜିତ ହୋଇଯାଇଛି। ଏଥିରେ ଏସପି ଅଭିଳାଷ ଜୀ, ଏଡିଏମ ସୁଶାନ୍ତ ପଟେଲ ଓ ଶରତଚନ୍ଦ୍ର ଶ୍ରୀଚନ୍ଦନ, କଳାହାଣ୍ଡି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ ଶତପଥୀ, ପୋୖରାଧ୍ୟକ୍ଷା ସଂଯୁକ୍ତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସଭା ପରିଚାଳନା କରିଥିଲେ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ପିତା ବେହେରା। ଏଥିରେ ସମସ୍ତ ଉପକମିଟିର ଅଧ୍ୟକ୍ଷ ତଥା ସଦସ୍ୟମାନେ ଉପସ୍ଥିତ ରହି ନିଜ ନିଜର ମତ ପ୍ରକାଶ କରିଥିଲେ। ପ୍ରତିବର୍ଷ ପରି ଏଥର ମଧ୍ୟ ଗ୍ରାମ ପଂଚାୟତ ସ୍ତରରୁ ବ୍ଲକ ସ୍ତରରେ ଆୟୋଜନ ପରେ ଜିଲ୍ଲାସ୍ତରୀୟ ଉତ୍ସବ ଜାନୁଆରୀ ୧୪ରୁ ୧୭ ପର୍ଯ୍ୟନ୍ତ ଆୟୋଜିତ ହେବ। ସେହିପରି ଧର୍ମଗଡ଼ ଉପଖଣ୍ଡ ସ୍ତରୀୟ ଉତ୍ସବ ୧୫ରୁ ୧୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପଲ୍ଲୀଶ୍ରୀ ମେଳା ୧୪ରୁ ୧୮ ଯାଏଁ ଚାଲିବ। କଳାହାଣ୍ଡି ଉତ୍ସବ ଉପଲକ୍ଷେ ନୌଚାଳନା, ତୀରନ୍ଦାଜ, ଶିଶୁ ପ୍ରତିଯୋଗିତା, ରାହାଗିରି, ମଶାଲ ଯାତ୍ରା, ସାଂସ୍କୃତିକ ଶୋଭାଯାତ୍ରା, ଘୁମୁରା ପ୍ରତିଯୋଗିତା, କବି ସମ୍ମିଳନୀ, ଚିତ୍ରକଳା ପ୍ରଦର୍ଶନୀ, ବେଡ଼ମିଣ୍ଟନ, ଶିଶୁ ଘୁମୁରା, ଆଲୋଚନାଚକ୍ର, ମହିଳାଙ୍କ ପ୍ରତିଯୋଗିତା, ଆଦିବାସୀ ଉତ୍ସବ ଆଦି କାର୍ଯ୍ୟକ୍ରମ ହେବାର ଯୋଜନା ରହିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.