ଆଜି କୋଣାର୍କ ମନ୍ଦିର ସମେତ ସମସ୍ତ ଐତିହ୍ୟ ସ୍ଥାନ ପ୍ରବେଶ ଶୁଳ୍କ ଛାଡ: ଏଏସଆଇ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ/ ଭୁବନେଶ୍ୱର:  ବିଶ୍ୱ ଐତିହ୍ୟ ସପ୍ତାହ ପାଳନ  ଅବସରରେ ଏଏସଆଇ ପକ୍ଷରୁ ଘୋଷଣା କରାଯାଇଛି ଯେ ବିଭିନ୍ନ ଐତିହ୍ୟ ସ୍ଥାନ ଆଜି ପାଇଁ ପ୍ରବେଶ ଶୁଳ୍କ ଦେବାକୁ ପଡିବ ନାହିଁ । ଆଜି କୋଣାର୍କ ସୂର୍ଯ୍ୟମନ୍ଦିରରେ ମଧ୍ୟ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି । ଆଜି ଦିନକ ପାଇଁ ମାଗଣାରେ କୀର୍ତ୍ତିରାଜି ବୁଲିପାରିବେ ପର୍ଯ୍ୟଟକ । ଏଏସଆଇ ଅଧୀନରେ ଆସୁଥିବା ଦେଶର ସମସ୍ତ ଐତିହ୍ୟ ସ୍ଥଳି ଆଜି ମାଗଣାରେ ବୁଲିପାରିବେ । ଦେଶ ଓ ରାଜ୍ୟର ସବୁ ଏଏସଆଇ ଅନ୍ତର୍ଗତ ଐତିହ୍ୟ ସ୍ଥଳିରେ ଆଜି ଦିନକ ବୁଲିବା ମାଗଣା ବୋଲି କୁହାଯାଇଛି । ଏପରିକି ପ୍ରବେଶ ଶୁଳ୍କ ଛାଡ କରାଯାଇଥିବାରୁ ତାଜମହଲରେ ଆଜି ସକାଳୁ ପର୍ଯ୍ୟଟକଙ୍କ ଲମ୍ବା ଲାଇନ ଲାଗିଛି । ପର୍ଯ୍ୟଟକଙ୍କ ପାଇଁ ମାଗଣା ବ୍ୟବସ୍ଥାରେ ବୁଲିବାକୁ ଆଜି ପାଇଁ ଏଏସ୍‌ଆଇ ପକ୍ଷରୁ ସୂଚନା ଦିଆଯାଇଛି । ବିଶ୍ୱ ଐତିହ୍ୟ ସପ୍ତାହ ସମାରୋହ ପାଳନ ସହିତ ପର୍ଯ୍ୟଟକଙ୍କୁ ଗୋଟିଏ ଦିନ ପାଇଁ ଶୁଳ୍କ ଛାଡ଼ ହୋଇଥିବା  ବେଳେ ସୂର୍ଯ୍ୟମନ୍ଦିର ପରିସରରେ ଐତିହ୍ୟ ଫଟୋ ପ୍ରଦର୍ଶନୀ ଆୟୋଜିତ ହେଉଛି ।ଏଏସଆଇ ଘୋଷଣା ପରେ ଆଜି  ଲୋକମାନେ ଏଏସଆଇ ଦ୍ବାରା ସଂରକ୍ଷିତ ବିଭିନ୍ନ ଐତିହ୍ୟ ସ୍ଥାନକୁ ମାଗଣାରେ ପରିଦର୍ଶନ କରିପାରିବେ  ।  ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ପର୍ଯ୍ୟଟକମାନଙ୍କୁ ଶାନ୍ତି ଶୃଙ୍ଖଳାର ସହ ପରିଦର୍ଶନ କରିବାକୁ ପରାମର୍ଶ ଦେଇଛି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.