ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲି ଖାଁ): ସ୍ଥାନୀୟ ଭୋଇଗୁଡ଼ା ସ୍ଥିତ ସିନର୍ଜି ଇଣ୍ଟରନେସନାଲ ସ୍କୁଲରେ ଖେଳ ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ସଭାପତି ପ୍ରଦୀପ କୁମାର ଦାସ (ବାପି) ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ମଂଚାସୀନ ଅନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ବିଜୁ ଜନତା ଦଳ ସଂଖ୍ୟାଲଘୁ ଜିଲ୍ଲା ସଭାପତି ତଥା ଅଭିନେତା ଅବଦୁଲ କାଦିର, ସ୍କୁଲର ମୁଖ୍ୟ ପରିଚାଳନା ନିର୍ଦେଶକ ଜନାବ ଜାହାଙ୍ଗୀର ଖାନ ଉପସ୍ଥିତ ରହିଥିଲେ। ମୁଖ୍ୟ ଅତିଥି ଶ୍ରୀ ଦାସ ତାଙ୍କର ଅଭିଭାଷଣ ରଖିବା ସହ ସମସ୍ତ ଛାତ୍ରଛାତ୍ରୀ ତଥା ସ୍କୁଲ କର୍ତ୍ତୃପକ୍ଷଙ୍କୁ ଉତ୍ସIହିତ କରିଥିଲେ। ଏହାପରେ ପୁରସ୍କାର ବିତରଣୀ ଉତ୍ସବରେ ବିଭିନ୍ନ ଖେଳରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଏବଂ ଅନ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା। ପରିଶେଷରେ ମୁଖ୍ୟ ନିର୍ଦେଶକ ଜନାବ ଖାନ ଧନ୍ୟବାଦ ଜ୍ଞାପନ କରିଥିଲେ।