ପ୍ରଥମ ମଣି ବରିହା ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଜାପିତ: କଅଗାଁ ଚମ୍ପିୟାନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର: ଜନ କଲ୍ୟାଣ ଯୁବକ ସଂଘ ଫୁଟବଲ ଏସୋସିଏସନ ଆନୁକୁଲ୍ୟରେ ପ୍ରଥମ ମଣି ବରିହା ସ୍ମାରକି ଫୁଟବଳ ପ୍ରତିଯୋଗିତାର ଫାଇନାଲ ଖେଳ ଖୁଜେନପାଲି ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ସେମି ଫାଇନାଲରେ ଖଲିଆପାଲିକୁ କଅଗାଁ ଟ୍ରାଇବ୍ରେକରରେ ୨-୦ ଗୋଲରେ ସମଲେଶ୍ୱରୀ କ୍ଲବ ଲୋଇସିଂହା ଦଳ ହରାଇ ବିଜୟ ହାସଲ କରିଥିଲା ଏବଂ ଫାଇନାଲ ମ୍ୟାଚରେ ଲୋଇସିଂହାକୁ କଅଗାଁ ଦଳ ଟ୍ରାଇବ୍ରେକରରେ ହରାଇ ବିଜୟ ହାସଲ କରିଥିଲା ।

ସୁନିଲ ବିଶ୍ୱାଲଙ୍କ ତତ୍ୱାବଧାନରେ ବଲାଙ୍ଗିର ଜିଲ୍ଲାର ରେଫରୀମାନେ ଖେଳ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ସମ୍ମାନିତ ଅତିଥି ଭାବେ ବିଶିଷ୍ଠ ସମାଜସେବୀ ବିକ୍ରମାନନ୍ଦ ବହିଦାର, ଶ୍ରୀକର ମିଶ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ଚଗଲା ପରିଚ୍ଛା ପ୍ରମୁଖ ଉପସ୍ଥିତ ଥିଲେ । ଆୟୋଜକ କମିଟିର ଅଧ୍ୟକ୍ଷ ବିନୋଦ କାଲସାଏ ଓ ସମ୍ପାଦକ ଦେବାଶିଷ କାଲସାଏଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଖେଳରେ କ୍ରିଡା ସଂଗଠକ ଭୁପେନ୍ଦ୍ର ସିଂ, କ୍ରୀଡା ସଂସଦ ସଦସ୍ୟ ସଂଗ୍ରାମ ବହିଦାର, ହେମନ୍ତ ବେହେରା, ସୁଦାମ ପାଣିଗ୍ରାହୀ, ସଞ୍ଜୁ ଷାଣ୍ଢ, ଲାଲମଣି କାଲସାଏ ମଂଚାସିନ ଥିଲେ ।

ଫାଇନାଲ ମ୍ୟାଚରେ ମେନ୍ ଅଫ୍ ଦ ମ୍ୟାଚ ଦେବରାଜ ସା, ମ୍ୟାନ ଅଫ୍ ଦି ସିରିଜ ବଣ୍ଟି ଧରୁଆ, କେଷ୍ଟ ଗୋଲକିପର ସୁଧିର ସରାଫ, ବେଷ୍ଟ ଡିଫେନ୍ସ ସାନ୍ତନୁ ବେହେରା, ବେଷ୍ଟ ମିଡ ଫିଲଡର ମଥୁନ ନାଏକ ପାଇଥିଲେ । ଦିପକ ବରିହା, ଶଙ୍କର ଦିପ, ଗୋପିନାଥ କାଲସାଏ, ସୁଦାମ କାଲସାଏ, ମହାଦେବ କାଲସାଏ, ଚନ୍ଦ୍ରରାଜ କାଲସାଏ, ମାନସ କାଲସାଏ, ଶ୍ରୀକାନ୍ତ କାଲସାଏ, ବୁଲୁ ତାଣ୍ଡି, ଶ୍ରୀକର କାଲସାଏ, ସୁବଳ କାଲସାଏ, କାମଦେବ ଷାଣ୍ଢ, ଗୋପ କାଲସାଏ, ରାହାସ କାଲସାଏ ଓ ଜନ କଲ୍ୟାଣ ଯୁବକ ସଂଘ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.