କଳାହାଣ୍ଡି ଜିଲ୍ଲା ସିଟି ପ୍ରାଥମିକ ଶିକ୍ଷକ ସଂଘର ସାମ୍ବିଧାନିକ ସମ୍ମିଳନୀ ଓ ସାଂଗଠାନିକ ନିର୍ବାଚନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମେଦିନୀପୁରଠାରେ କଳାହାଣ୍ଡି ଜିଲ୍ଲା ସିଟି ପ୍ରାଥମିକ ଶିକ୍ଷକ ସଂଘର ସାମ୍ବିଧାନିକ ସମ୍ମିଳନୀ ଓ ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ପୁରୁଣା ପେନସନ ପ୍ରଦାନ, ଏକ୍ସ କେଡର ଉଚ୍ଛେଦ, ୨୦୦୧ ମସିହାରୁ ନିଯୁକ୍ତ ସମସ୍ତ ଶିକ୍ଷକଙ୍କ ମୂଳ ଚାକିରୀ ଗଣନା ଓ ୬ଟି ଇନକ୍ରିମେଣ୍ଟ, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ୪୨୦୦ଗ୍ରେଡ ପେ ପ୍ରଦାନ ଆଦି ୫ ଦଫା ସମ୍ବଳିତ ଦାବି ରଖିଛି ସଂଘ। ଏସବୁ ଦାବି ଉପରେ ବୈଠକରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା।

Omkar Vasthu
Omkar Vasthu


ବରିଷ୍ଠ ଶିକ୍ଷକ ବରୁଣ ସୁନାଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାପତି ପ୍ରଦୀପ କୁମାର ସାହୁ ଯୋଗଦେଇ ପାଞ୍ଚ ଦଫା ଦାବି ପୂରଣ ନହେଲେ ଆନ୍ଦୋଳନ ନିଶ୍ଚିତ ହେବ ବୋଲି ଚେତାବନୀ ଦେଇଛନ୍ତି। ଏହାସହ ସୁଚିସ୍ମିତା ଅର୍ଥ ହେରଫେର ମାମଲାରେ ଯେଉଁମାନେ ସଂଶ୍ଲିଷ୍ଟ ସେମାନଙ୍କୁ କଠୋର ଦଣ୍ଡ ଦେବାର ଆବଶ୍ୟକତା ରହିଛି। ଏହାର କ୍ରାଇମବ୍ରାଞ୍ଚ ସ୍ତରୀୟ ତଦନ୍ତ ଜରୁରୀ ବୋଲି ମତ ପ୍ରକାଶ କରିଛନ୍ତି ରାଜ୍ୟ ସଭାପତି ଶ୍ରୀ ସାହୁ ।

Pearl dental clinic
Near Ashish Medical Store, Bhawanipatna


କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସମ୍ବାଦିକ ସ୍ୱାଧୀନ ପାତ୍ର ଯୋଗଦେଇ ଶିକ୍ଷକ ମାନଙ୍କୁ ଉତ୍ସାହିତ କରିବା ସହ ଅଧୁନା ଶିକ୍ଷାର ବିଭିନ୍ନ ଦିଗନ୍ତ ଓ ଶିକ୍ଷା ନିତି ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଚିତ୍ରଶିଳ୍ପୀ ମୁକୁନ୍ଦ ରେଡ୍ଡୀ, ମେଦିନିପୁର ହାଇସ୍କୁଲ ପ୍ରଧାନଶିକ୍ଷକ ସୁଶୀଲ ବିଶ୍ୱାଳ, ସତ୍ୟନାରାୟଣ ରାଜପୁତ, ଶୁଶିଲ କୁମାର ପ୍ରଧାନ ସିପ୍ରା ମହାପାତ୍ର ଓ ବିରେନ ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ।

Udyog Nursery
Udyogi Nursery


ଏହି ଅବସରରେ ସର୍ବସମ୍ମତି କ୍ରମେ ସଂଘର ସଭାପତି ଭାବେ ଲବ ଦୁର୍ଗା, କାର୍ଯ୍ୟକାରୀ ସଭାପତି ଭୃକୁଟି ଗଉଡ଼, ଉପସଭାପତି ଜଗତରାମ ଶବର, ବିଭୂତି ହରିଜନ, ସୁନୀଲ ସାହୁ, ମନୋଜ ମହାକୁଡ଼, ସିପ୍ରା ମହାପାତ୍ର, ଦମୟନ୍ତି ମାଝୀ, ସାଧାରଣ ସମ୍ପାଦକ ଦୁର୍ଯୋଧନ ମାଝୀ, ସଂଗଠନ ସମ୍ପାଦକ ଧନଞ୍ଜୟ ସାହୁ, ଯୁଗ୍ମ ସମ୍ପାଦକ ପାର୍ଥବ ମହାନନ୍ଦ, ମନ ଶବର, ସଂଯୋଜିକା ବସୁମତୀ ସାହୁ, କୋଷାଧ୍ୟକ୍ଷ ଧନଞ୍ଜୟ ପାଣିଗ୍ରାହୀ,

ସମୀକ୍ଷକ ଏମ. ନାଗେଶ୍ୱର ଦୋରା, ଟୁକୁମଣି ସୁନା ଉପଦେଷ୍ଟା ଭାବେ ବରୁଣ ସୁନା, ପ୍ରଭାତ କୁମାର ସାହୁ, ସତ୍ୟ ନାରାୟଣ ରାଜପୁତ, ମୁକୁନ୍ଦ ରେଡ୍ଡୀ, ଭବାନୀ ମାଝି, ବିରେନ ପଣ୍ଡା, ସୁଶୀଲ କୁମାର ପ୍ରଧାନ, ପଦ୍ମନାଭମହାରଣା ପ୍ରଫୁଲ୍ଲ ଦାସ, ଶିବ ନାଏକ, କରୁଣା ଚିନ୍ଦା ସନ୍ତୋଷ କୁମାର ରଥ ପ୍ରମୁଖ ଚୟନିତ ହୋଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.