ବିତାଡିତ ଚୟନ କମିଟି ମୁହଁ ଖୋଲିଲେ, BCCI ସବୁ ନିଷ୍ପତିର ଉତରଦାୟୀ!

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ଟି୨୦ ବିଶ୍ୱକପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିସିସିଆଇ ଚୟନ କମିଟି ଉପରେ ସବୁ ଦୋଷ ଲଦି ଦେଇଛି । ଅଧ୍ୟକ୍ଷ ଚେତନ ଶର୍ମାଙ୍କ ସମେତ ସମସ୍ତ ସଦସ୍ୟ ବହିଷ୍କାର କରାଯାଇଛି । ତେବେ ଏହା ମଧ୍ୟରେ ବିତାଡିତ ଚୟନ କମିଟି ସଦସ୍ୟମାନେ ମୁହଁ ଖୋଲିଛନ୍ତି । ସେମାନଙ୍କ କହିବା ଅନୁସାରେ ବିସିସିଆଇ ନିଜ ଦୋଷ ଦୁର୍ବଳତା ଲୁଚାଇବା ପାଇଁ ଆମକୁ ଫସାଇଛି । ଜଣେ ସଦସ୍ୟ ତାଙ୍କ ନାମ ପ୍ରକାଶ ନ କରି କହିଥିଲେ ଆମେ ଯାହା କିଛି ନିଷ୍ପତି ନେଇଥିଲୁ ସେଥିରେ ବିିସିସିଆଇର ପ୍ରମୁଖ ଅଧିକାରୀଙ୍କ ନିର୍ଦ୍ଦେଶ ଲୁଚି ରହିଥିଲା । ବିବାଦର ସୂତ୍ରପାତ ବିରାଟ କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବାରୁ ହୋଇଥିଲା । ଏହାର ନିର୍ଦ୍ଦେଶ ବିସିସିଆଇରୁ ଆସିଥିଲା । ଏହା ପରେ ରୋଟେଶନ ପଲିସ ଅନୁସାରେ ଖେଳାଳି, ଅଧିନାୟକ ବାରମ୍ବାର ଅଦଳ ବଦଳ କରାଯାଇଥିଲା । ସେହିପରି ମହମ୍ମଦ ସାମିଙ୍କୁ ସିଧା ସଳଖ ବିଶ୍ୱକପରେ ସାମିଲ କରିବା ନିଷ୍ପତି ବି ସେମାନଙ୍କର ଥିଲା ବୋଲି ଚୟନ କମିଟି ଅଧିକାରୀଜଣଙ୍କ କହିଛନ୍ତି । ଚେତନ ଶର୍ମା ଅଧ୍ୟକ୍ଷ ହେବା ପରେ ଭାରତ ଆଇସିସିର ୩ଟି ବଡ ଟୁର୍ଣ୍ଣାମେଂଟରେ ଖରାପ ପ୍ରଦର୍ଶନ କରିଥିଲା । ଭବିଷ୍ୟତ ପାଇଁ କୌଣସି ଦିଶାହୀନ ପଦକ୍ଷେପ ପ୍ରଦର୍ଶନକୁ ପ୍ରଭାବିତ କରିଥିଲା । ରାହୁଲ ଚହର, ଭେଙ୍କେଟେଶ ଆୟାର, ବରୁଣ ଚକ୍ରବର୍ତିଙ୍କୁ ବାରମ୍ବାର ଅଣଦେଖା କରାଯାଇଛି । ବିସିସିଆଇ ଏବେ ନୂତନ ଚୟନ କମିଟି ଆବେଦନ ମଗାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.