ମାଁ ମାଣିକେଶ୍ବରୀ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘ ଥୁଆମୂଳ ରାମପୁର ଗଠିତ

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ଦୁର୍ଗା କୀର୍ତ୍ତି): ମହୁଲପାଟଣା ସ୍ଥିତ କମ୍ୟୁନିଟି ହଲ ଠାରେ ଥୁଆମୂଳ ରାମପୁର ବ୍ଲକର ସାମ୍ବାଦିକମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକ କୁମ୍ଭେଶ୍ବର ଠାକୁରଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ବୈଠକକୁ ମୋହନ କୁମାର ସାଗର ପରିଚାଳନା କରିଥିଲେ। ଏହି ଅବସରରେ “ମାଁ ମାଣିକେଶ୍ବରୀ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘ ଥୁଆମୂଳ ରାମପୁର” ଗଠିତ ହୋଇ ସଂଘର କର୍ମକର୍ତ୍ତା ଚୟନ କରାଯାଇଥିଲା। ସର୍ବସମ୍ମତିକ୍ରମେ ମନୋରଞ୍ଜନ ନାଏକ (ସମାଜ ପ୍ରତିନିଧି) ବଳଭଦ୍ର ବାଗ (ଦୈନକଆଶା ବ୍ଳକ ପ୍ରତିନିଧି)ଙ୍କୁ ସଭାପତି ଭାବରେ ପ୍ରସ୍ତାବିତ କରିଥିଲେ ଏବଂ ଏହାକୁ ସଲମନ ନାଏକ (ସ୍ବସ୍ତିକ ଟିଭି ଓଡିଶା) ସମର୍ଥନ କରିଥିଲେ। ଦ୍ଵିତୀୟତ ମୋହନ କୁମାର ସାଗର (ସ୍ବସ୍ତୀକ ଟିଭି ଜ଼ିଲ୍ଲା ପ୍ରତିନିଧି) ସମ୍ପାଦକ କୁମେଶ୍ୱର ଠାକୁରଙ୍କୁ ପ୍ରସ୍ତାବ କରିଥିଲେ। ଏହାକୁ ମକୁନ୍ଦ ନାଏକ (ନିର୍ମଳ ଟିଭି) ସମର୍ଥନ ଜଣାଇଥିଲେ। ସେହିପରି ତୃତୀୟତଃ କୋଷାଧ୍ୟକ ଭାବରେ ସଲମନ ନାଏକଙ୍କୁ ଈଶ୍ବର ଚନ୍ଦ୍ର ନାଏକ ପ୍ରସ୍ତାବ କରିଥିଲେ ଏହାକୁ ପରିକ୍ଷୀତ ନାଏକ ସମର୍ଥନ ଜଣାଇଥିଲେ। ଚତୁର୍ଥତଃ ଉପଦେଷ୍ଟା ଭାବରେ ବରିଷ୍ଠ ସାମ୍ବାଦିକ ମୋହନ କୁମାର ସାଗର ଓ କିଶୋର ଶୈଳ୍ଯ ସମେତ୍ ଲିଗାଲ ଏଡ଼ଭାଇଜର ଭାବରେ ମନୋରଞ୍ଜନ ନାଏକଙ୍କୁ ଚୟନ କରାଯାଇଛି। ଉପଦେଷ୍ଟା ମଣ୍ଡଳୀ ଈଶ୍ୱର ଚନ୍ଦ୍ର ନାଏକ, ରମାକାନ୍ତ ନାଏକ, ଦଶରଥ ନାଏକ, ସୁଶାନ୍ତ କୁମାର ନାଏକ, ପରିକ୍ଷୀତ ନାଏକ, ଦୁର୍ଗା କୀର୍ତ୍ତି, ଆଲୋକ ଧଙ୍ଗଡ଼ାମାଝି, ମକୁନ୍ଦ ନାଏକ, କୁମୁଦ ମାଝୀ, ଜଗା କାଳିଆ ନାଏକ, ଅଙ୍ଗଦ ନାଏକ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ପରିଶେଷରେ ଚୟନୀତ ସଭାପତି, ସମ୍ପାଦକ, ଏବଂ କୋଷାଧ୍ୟକ୍ଷଙ୍କୁ ସପଥ ପାଠ କରାଇ ଏହାର କାର୍ଯ୍ୟ କାଳ ତିନି ବର୍ଷରେ ଥରେ କର୍ମକର୍ତ୍ତାମାନଙ୍କୁ ଅଦଳବଦଳ କରିବା ପାଇଁ ଧାର୍ଯ୍ୟ କରାଗଲା। ପ୍ରକାଶ ଥାଉକି ସଂଘର କର୍ମକର୍ତ୍ତାଙ୍କ ମଧ୍ୟରେ କୌଣସି ବିଶୃଙ୍ଖଳିତ କାର୍ଯ୍ୟ କିମ୍ବା ମନୋମାଳିନ୍ଯ ପରିସ୍ଥିତି ଦେଖାଗଲେ ତାଙ୍କ ପ୍ରତି ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ବ୍ଯବସ୍ଥା କରାଯାଇଛି। ଶେଷରେ ସଂଘର ସଭାପତି ବଳଭଦ୍ର ବାଗ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାଟିକୁ ସାଙ୍ଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.