କାଉଡୋଳା ନକ୍ଆଉଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ଠାରେ କାଉଡୋଳା ନକ୍ଆଉଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସୋମବାର ହାଇ ସ୍କୁଲ ଖେଳ ପଡିଆ ଠାରେ ଉଦଘାଟିତ ହୋଇଯାଇଛି |ଉଦଘାଟନୀ ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ବଂଶୀ ଧର ବେସ୍ରା, ସମ୍ମାନୀୟ ଅତିଥି ଭଜ ମନ ବେସ୍ରା, ମନୋ ରଞ୍ଜନ ସରାବୁ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ |ଏହି ନକ୍ଆଉଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ 24 ଟି ଟିମ ଭାଗ ନେବାର କମିଟି ପକ୍ଷରୁ ସୂଚନା ମିଳିଛି |ସୋମବାର ଦିନ ଉଦଘାଟନୀ ମ୍ୟାଚ ଦର୍ଲି ପଡା ଓ ଲଡୁଗାଁ ମଧ୍ୟରେ ହୋଇଥିବା ବେଳେ ଦର୍ଲି ପଡା ପ୍ରଥମ ବ୍ୟାଟିଂ କରି 10 ଓଭର ରେ4 ୱିକେଟ ହରାଇ 64 ରନ ସଂଗ୍ରହ କରି ଥିବା ବେଳେ ଜବାବ ରେ ଲଡୁଗାଁ 6ଓଭରରେ ଦୁଇ ୱିକେଟ ହରାଇ ମ୍ୟାଚକୁ ଜିତି ନେଇଥିଲେ |ଏହି ମ୍ୟାଚକୁ ମଣ୍ଟୁ କୋଚିଆ ଓ ସୌରଭ ସରାବୁ ଖେଳ ପରିଚାଳନା କରିଥିଲେ |ସୁନୀଲ ମାଝୀ ସ୍ଲୋରର କାର୍ଯ୍ୟ ତୁଲାଇଥିଲେ |ଏହି ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ମ୍ୟାଚ ଡେଙ୍ଗା ଗୁଡ଼ା ଓ ଲତାପଡା ମଧ୍ୟରେ ହୋଇଥିବା ବେଳେ ଲତା ପଡା ଟିମ୍ ପ୍ରଥମ ବ୍ୟାଟିଂ କରି 58 ରନ୍ କରି 9 ଓଭରରେ ସମସ୍ତ ଖେଳାଳି ଆଉଟ ହୋଇଥିବା ବେଳେ ଡେଙ୍ଗାଗୁଡ଼ା ଟିମ 4 ଓଭର ରେ 2 ୱିକେଟ ହରାଇ ମ୍ୟାଚକୁ ଜିତି ନେଇ ଥିଲେ |ଖେଳ ଦେଖିବା ପାଇଁ ଖେଳ ପ୍ରେମୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା |ଟୁର୍ଣ୍ଣାମେଣ୍ଟ ଆୟୋଜକ ମଣ୍ଟୁ କୋଚିଆ, ସୌରଭ ସରାବୁ, ସୁନୀଲ କୁମାର ମାଝୀ,ପପୁନ ମାଝୀ, ବିଶାଳ ସରାବୁ, ନରେନ୍ଦ୍ର ସେଠି, ରତ୍ନା କର ନାଗ, ଦେବ ମାଝୀ, ଗଣେଶ ନାଏକ, ପ୍ରମୂଖ ସହ ଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.